Masthead

କୋଭିଡ ମୁକାବିଲାରେ ପୂର୍ଣ୍ଣ ସହଯୋଗ କରିବ ଓଡ଼ିଶା

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ବଢୁଥିବା କୋଭିଡର ମିଳିତ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶରେ କରୋନା ସ୍ଥତି ନେଇ ମୋବାଇଲ ଫୋନରେ ଉଭୟେ ଆଲୋଚନା କରିଛନ୍ତି । ଦେଶରେ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ଓଡ଼ିଶା ସହାୟକ ହେବ ବୋଲି ନବୀନ କହିଛନ୍ତି । ଜାତୀୟସ୍ଥରରେ କୋଭିଡର ମୁକାବିଲା ପାଇଁ ଓଡ଼ିଶା ପୂର୍ଣ୍ଣ ସହଯୋଗ କରିବ ବୋଲି ମଧ୍ୟ ନବୀନ କହିଛନ୍ତି । ଦେଶରେ କୋଭିଡର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ।

ସଂକ୍ରମିତଙ୍କ ସଂଖ୍ୟରେ ଦ୍ରୃତ ବୃଦ୍ଧି ଘଟୁଛି । ଏଭଳି ସ୍ଥିତିରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି । ଦୀଲ୍ଲିର ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ଓଡ଼ିଶା ସହଯୋଗର ହାତ ବଢାଇଛି । ଦୀଲ୍ଲିକୁ ଅକ୍ସିଜେନ ପଠାଇଛି ଓଡ଼ିଶା । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ । ଓଡ଼ିଶା ଅକ୍ସିଜେନ ପଠାଇଥିବାରୁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ମୋଦିଙ୍କ ସହ କଥା ହେଲେ ନବୀନ । କୋଭିଡ ସ୍ଥତି ନେଇ ମୋଦିଙ୍କ ସହ କଲେ ଆଲୋଚନା । ଦେଶରେ କରୋନା ସ୍ଥତି ନେଇ ମୋବାଇଲ ଫୋନରେ ଆଲୋଚନା । କରୋନା କୁମାବିଲା ପାଇଁ ଓଡ଼ିଶା ସମସ୍ତ ପ୍ରକାର ସହଯୋଗ କରିବ । ଏହା ଏକ ଯୁଦ୍ଧ ଭଳି ପରିସ୍ଥିତି ନବୀନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ