Before Header

ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଋଷର ବଡ଼ ଚାଲେଞ୍ଜ

0 11

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ଏବେବି ଋଷିଆ-ୟୁକ୍ରେନରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଆହୁରି ଲମ୍ବା ଚାଲିବ । ଗୋଟେ ପଟେ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ବିଶ୍ୱସ୍ତରରେ ଅପିଲ କରାଯାଉଛି । କିନ୍ତୁ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆହୁରି ୪ ଲକ୍ଷ ସୈନ୍ୟଙ୍କୁ ନିୟୋଜିତ କରିବାକୁ ଯାଉଛନ୍ତି । ଏମାନଙ୍କୁ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେବାକୁ ଋଷ ଯୋଜନା କରିଛି । ସେପଟେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଋଷର ବଡ଼ ଚାଲେଞ୍ଜ ।

ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୧୯୯୦ ପରଠାରୁ ପ୍ରଥମ ଥର ଲାଗି ଦେଶବାହାରେ ସାମରିକ ଅସ୍ତ୍ର ମୁତୟନ କରିବାକୁ ଯୋଜନା କରିଛି ଋଷ । ୧୯୯୦ ଦଶକରେ ସୋଭିଏତ ୟୁନିଅନର ବିଭାଜନ ପରଠାରୁ ବେଲାଋଷ ସର୍ବଦା ଋଷର ପକ୍ଷ ନେଇଆସିଛି । ଋଷକୁ ବିଭିନ୍ନ ସହାୟତା ଦେଇଆସୁଛନ୍ତି ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ ।

Leave A Reply

Your email address will not be published.