Masthead

ଓଡ଼ିଶାର ପାରମ୍ପରିକ ଓଷା ଖୁଦୁରୁକୁଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଭାଦ୍ରବ ମାସର ପ୍ରଥମ ରବିବାର । ଅର୍ଥାତ ଓଡ଼ିଶାର ପାରମ୍ପରିକ ଓଷା ଖୁଦୁରୁକୁଣୀର ପ୍ରଥମ ପାଳି । କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ କୁଆଁରୀ ଝିଅଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ସପ୍ତାହନ୍ତ ସଟଡାଉନ ଜାରି ରହିଥିବାରୁ ଗାଁ ମାନଙ୍କ ଅପେକ୍ଷା ସହରରେ କମ୍ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ଲୋକ ପର୍ବ ପର୍ବାଣୀ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ । ଏହି ଓଷାରେ ନିଜ ଭାଇର ଶୁଭ କାମନା କରି ଭଉଣୀ ମାନେ ମଙ୍ଗଳାଙ୍କୁ ପୂଜା କରିଥାନ୍ତି ।

କିମ୍ବଦନ୍ତୀ କହେ ପୁରାତନ ଯୁଗରେ ସାତଜଣ ସାଧବ ପୁଅ ବୋଇତ ନେଇ ଦରିଆପାରି ଦୂର ଦେଶକୁ ବାଣିଜ୍ୟ କରିବାକୁ ଯାଇଥିଲେ । ଘରେ ସେମାନଙ୍କ ସ୍ତ୍ରୀ ଏବଂ ଗୋଟିଏ ବୋଲି ଅଲିଅଳି ଭଉଣୀ ତଅପୋଇକ଼ୁ ଛାଡ଼ି ଯାଇଥିଲେ । ଭାଉଜ ନଣନ୍ଦଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲେ ହେଁ ପର କଥାରେ ପଡ଼ି ଭାଉଜମାନେ ତଅପୋଇକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଛେଳି ଯଗିବାକୁ ବଣକୁ ଛାଡ଼ୁଥିଲେ । ତଅପୋଇ ଜଙ୍ଗଲ ମଧ୍ୟରେ ଭାଇଙ୍କ ଶୁଭମନାସି ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ପୂଜାରେ ମା’ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥିଲେ, ଓ ତଅପୋଇ ନିଜ ଭାଇ ମାନଙ୍କୁ ପାଇଥିଲେ । ଏହି କିମ୍ବଦନ୍ତୀରୁ ଖୁଦୁରୁକୁଣୀର ଓଷାର ଜନ୍ମ ବୋଲି କୁହାଯାଏ । ଏହି ଓୋ ଭାଲୁକୁଣୀ ଓ ଢିଙ୍କି ଓଷା ନାମରେ ମଧ୍ୟ ପରିଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ