Masthead

ଓଡ଼ିଶାର ପାରମ୍ପରିକ ଓଷା ଖୁଦୁରୁକୁଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଭାଦ୍ରବ ମାସର ପ୍ରଥମ ରବିବାର । ଅର୍ଥାତ ଓଡ଼ିଶାର ପାରମ୍ପରିକ ଓଷା ଖୁଦୁରୁକୁଣୀର ପ୍ରଥମ ପାଳି । କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ କୁଆଁରୀ ଝିଅଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ସପ୍ତାହନ୍ତ ସଟଡାଉନ ଜାରି ରହିଥିବାରୁ ଗାଁ ମାନଙ୍କ ଅପେକ୍ଷା ସହରରେ କମ୍ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ଲୋକ ପର୍ବ ପର୍ବାଣୀ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ । ଏହି ଓଷାରେ ନିଜ ଭାଇର ଶୁଭ କାମନା କରି ଭଉଣୀ ମାନେ ମଙ୍ଗଳାଙ୍କୁ ପୂଜା କରିଥାନ୍ତି ।

କିମ୍ବଦନ୍ତୀ କହେ ପୁରାତନ ଯୁଗରେ ସାତଜଣ ସାଧବ ପୁଅ ବୋଇତ ନେଇ ଦରିଆପାରି ଦୂର ଦେଶକୁ ବାଣିଜ୍ୟ କରିବାକୁ ଯାଇଥିଲେ । ଘରେ ସେମାନଙ୍କ ସ୍ତ୍ରୀ ଏବଂ ଗୋଟିଏ ବୋଲି ଅଲିଅଳି ଭଉଣୀ ତଅପୋଇକ଼ୁ ଛାଡ଼ି ଯାଇଥିଲେ । ଭାଉଜ ନଣନ୍ଦଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲେ ହେଁ ପର କଥାରେ ପଡ଼ି ଭାଉଜମାନେ ତଅପୋଇକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଛେଳି ଯଗିବାକୁ ବଣକୁ ଛାଡ଼ୁଥିଲେ । ତଅପୋଇ ଜଙ୍ଗଲ ମଧ୍ୟରେ ଭାଇଙ୍କ ଶୁଭମନାସି ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ପୂଜାରେ ମା’ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥିଲେ, ଓ ତଅପୋଇ ନିଜ ଭାଇ ମାନଙ୍କୁ ପାଇଥିଲେ । ଏହି କିମ୍ବଦନ୍ତୀରୁ ଖୁଦୁରୁକୁଣୀର ଓଷାର ଜନ୍ମ ବୋଲି କୁହାଯାଏ । ଏହି ଓୋ ଭାଲୁକୁଣୀ ଓ ଢିଙ୍କି ଓଷା ନାମରେ ମଧ୍ୟ ପରିଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ