Masthead

ଋଷ-ଆମେରିକା ପରମାଣୁ ଚୁକ୍ତି ରଦ୍ଦ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଋଷ-ଆମେରିକା ପରମାଣୁ ଚୁକ୍ତି ରଦ୍ଦ । ଋଷ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ଏକମାତ୍ର ପରମାଣୂ ଚୁକ୍ତିକୁ ଋଷ ରାଷ୍ଟ୍ରପତି ପୁଟିନ୍ ରଦ୍ଦ କରିଦେଇଛନ୍ତି । ଏହି ଚୁକ୍ତି ନୁ୍ୟ ଷ୍ଟାଟ୍ ନୁ୍ୟକ୍ଲିୟର ଟ୍ରିଟ ନାମରେ ଜଣାଶୁଣା । ୨ ଦେଶର ସାମରିକ ପରମାଣୁ ଅସ୍ତ୍ର ସଂଖ୍ୟାକୁ ସୀମିବା ଉଦେ୍ଦଶ୍ୟରେ ୨୦୧୦ ମସିହାରେ ଏହି ଚୁକ୍ତି କରାଯାଇଥିଲା । ଚୁକ୍ତି ମିଆଦ ଥିଲା ୧୦ ବର୍ଷ । ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ୨୦୧୨ରୁ ଆଉ ୫ ବର୍ଷ ପାଇଁ ଅର୍ଥାତ ୨୦୨୬ ପର୍ଯ୍ୟନ୍ତ ଚୁକ୍ତି ଅବଧିକୁ ବଢାଇ ଦେଇଥିଲେ ।

ଏହା ଜରିଆରେ ଭୂମି ଓ ବୁଡ଼ାଜାହାଜ ଆଧାରିତ କ୍ଷେପଣାସ୍ତ୍ର ଓ ପରମାଣୂ ବୋମାବର୍ଷୀ ବିମାନ ମୁତୟନକୁ ସୀମିତ କରାଯାଇଥିଲା । ତେବେ ବାଇଡେନଙ୍କ ୟୁକ୍ରେନ ଗସ୍ତ ପରେ ଋଷ ଏହି ଚୁକ୍ତିକୁ ରଦ୍ଦ କରିଦେଇଛି । ଋଷ ପକ୍ଷରୁ ଚୁକ୍ତିକୁ ନିଲମ୍ବିତ କରି ଦିଆଯୀବା ଫଳରେ ଆଗାମୀ ଦିନରେ ୨ ମହାଶକ୍ତି ମଧ୍ୟରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଦ୍ରୁତ ବେଗରେ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ