Masthead

ଅନୁଭବଙ୍କୁ ମନୋଜ ମିଶ୍ରଙ୍କ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କିଛି ଦିନ ହେବ ଓଲିଉଡ଼ କଳି ଥମିଥିବାବେଳେ ପୁଣି ବିବାଦ ମୁଣ୍ଡ ଟେକିଛି । ପୁଣି ଥରେ ସୋସିଆଲ ମିଡ଼ିଆରେ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି ମନୋଜ । ସେ ତାଙ୍କର ସୋସିଆଲ ଆଉଣ୍ଟରେ ଏକ ପୋଷ୍ଟ କରି ଅନୁଭବଙ୍କୁ ଟ୍ୟାଗ କରିଛନ୍ତି । ସେ ଲେଖିଛନ୍ତି ମୁଁ ଭୁବନେଶ୍ୱର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି? ଲାଗୁଛି ତମେ ଓଡ଼ିଶାକୁ ଭାଗ ଭାଗ କରିକି ହିଁ ଛାଡିବ । ଅଜୟ ପାଢ଼ୀ ସହିତ ଫିଲ୍ମ କରୁଛ ଯଦି ଫିଲ୍ମ କର, ତା ସହିତ ମିଶିକି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କାଇଁ କରୁଛ ବୋଲି ପ୍ରଶ୍ନ କରିଛନ୍ତି ମନୋଜ । ସେ ଆହୁରି ମଧ୍ୟ ଲେଖିଛନ୍ତି ତମେ ଜାଣିନ “ମା’ ସମଲେଇ” ମୋ ପାଇଁ ଅଛନ୍ତି, ତମର ସବୁ ପ୍ଲାନ୍ ମତେ କହି ଦେଉଛନ୍ତି। ଖାଲି ସେତିକି ନୁହେଁ ଅନୁଭବଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି ତମେ ଆମ କେନ୍ଦ୍ରାପଡ଼ାର ଜନପ୍ରତିନିଧି ଏମିତି ଯଦି କରିବ, ତାହେଲେ ଆଗକୁ ତମ ଉପରେ ଲୋକଙ୍କର କଣ ଆଉ ଭରସା ରହିବ? ଗତକାଲି ତମର ଜଣେ ଚେଲା ମତେ ଇନଡାଇରେକ୍ଟଲି ଟିଭିରେ କହୁଥିଲା ଭିଲିଆନଟା ଭିଲିଆନ ହେଇକି ରହ, ହିରୋ ହେବାକୁ ଚେଷ୍ଟା କର ନାହିଁ”।

ତାଙ୍କୁ କହିଦେବ ମୁଁ ଭୁବନେଶ୍ୱର ଛାଡ଼ି ଦେଲି ଏବେ ସମ୍ବଲପୁରରେ ରହିବି ଆଉ ତମ ମାନଙ୍କର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଏମିତି ମୋ ବିପକ୍ଷରେ ଷଡ଼ଯନ୍ତ୍ର କରିକି ସମ୍ବଲପୁରୀ ଭାଷାକୁ ନିଜେ ଗାଳି ନ ଦେଇ ନିଜ ଚେଲା ମାନଙ୍କୁ ଶିଖେଇ ସେମାନଙ୍କ ଜରିଆରେ ସମ୍ବଲପୁରୀ ଭାଷାକୁ ଗାଳି ଦେଇ ପଶ୍ଚିମ ଓଡ଼ିଶାର ଲୋକଙ୍କ ହୃଦୟକୁ କଷ୍ଟ ଦିଅ ନାହିଁ। ଯେଉଁ ମାନଙ୍କୁ ଲାଗୁଛି ମୁଁ ପୁଣି କାହିଁକି ଏ ସବୁ ପୋଷ୍ଟ କଲି, ଦୟାକରି ମତେ ଗାଳି ଦେବା ପୂର୍ବରୁ ନିର୍ଦ୍ଦେଶକ ଅଜୟ ପାଢ଼ୀ ଏବଂ ଅନୁଭବ ମହାନ୍ତିଙ୍କୁ ପଚାରନ୍ତୁ ।ମୁଁ କାହିଁକି ଏ ସବୁ ପୋଷ୍ଟ କରିଛି।। ମୁଁ ତ ଚୁପ୍ ହେଇ ମୋ କାମ ରେ ଧ୍ୟାନ ଦେଇ କାମ ଆରମ୍ଭ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଜନତାଙ୍କ ସାମ୍ନାରେ ଭଦ୍ର ଦେଖେଇ ହେଇ ମୋ ପଛରେ ଷଡ଼ଯନ୍ତ୍ର କାଇଁ କରୁଛ ? ଜନସାଧାରଣଙ୍କ ଇମୋସନ ସହିତ କାଇଁ ଖେଳୁଛ ? ତୁମେ ମାନେ କରୁଥିବା ଷଡ଼ଯନ୍ତ୍ରର ପ୍ରମାଣ ବି ଅଛି ଦରକାର ପଡ଼ିଲେ ପୁରା ଓଡ଼ିଶା ଜାଣିବ। ଧମକ ଦଉନି, ବୁଝାଉଚି। ସୁଧୁରି ଯାଅ ନଚେତ୍…… ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା