Before Header

କମୁନି ସଂକ୍ରମଣ, ଆଜି ସର୍ବାଧିକ ୪୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0 107

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ଭାଙ୍ଗୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡାରୁ ୪, ବୌଦ୍ଧ ଓ ରାୟଗଡାରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ସମ୍ବଲପୁର ଓ ନବରଙ୍ଗପୁର, ଦେଓଗଡରୁ ୨ ରହିଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ରହିଛନ୍ତି। ସେପଟେ ରାଜ୍ୟରେ ଦୈନିକ ସଂକ୍ରମଣ ମଧ୍ୟ କମୁନି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ଟି ହେଉଛି ଲୋକାଲ୍ କେସ୍‌।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ ଥିବା ବେଳେ କଟକରୁ ୭୬୬, ଯାଜପୁରରୁ ୫୧୪, ମୟୂରଭଞ୍ଜରୁ ୪୮୫, ପୁରୀରୁ ୪୭୫, ସୁନ୍ଦରଗଡ଼ରୁ ୪୭୭ ଓ ଅନୁଗୋଳରୁ ୪୬୮ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରୁ ୨୪୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୮୯, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୧୧୬, ବୌଦ୍ଧରୁ ୧୬୬, ଦେବଗଡ଼ରୁ ୮୧, ଢେଙ୍କାନାଳରୁ ୪୫୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯, ଝାରସୁଗୁଡ଼ାରୁ ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫, କେନ୍ଦ୍ରାପଡ଼ାରୁ ୨୧୦, କେନ୍ଦୁଝରରୁ ୧୮୬, କୋରାପୁଟରୁ ୧୭୮, ମାଲକାନଗିରିରୁ ୧୨୮, ନବରଙ୍ଗପୁରରୁ ୨୦୦, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୪, ରାୟଗଡ଼ାରୁ ୨୯୨, ସମ୍ବଲପୁରରୁ ୧୪୩ ଓ ସୋନପୁରରୁ ୧୪୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୮୨ ହଜାର ୧୩୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୯୨ ହଜାର ୦୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୭ ହଜାର ୨୨୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.