Masthead

୨୩ରେ ଅସୁଛି ଆଉ ଏକ ବାତ୍ୟା, ଓଡ଼ିଶା ଉପରେ ଅଛି କି ବିପଦ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଲଘୁଚାପ ସୃଷ୍ଟି ହେଲେ ବାତ୍ୟା ହେବାର ଆଶଙ୍କା ଥାଏ । ପ୍ରତିବର୍ଷ ମେ’ ମାସରେ ଦେଶରେ କେଉଠି ନା କେଉଁଠି ବାତ୍ୟା ହୋଇଥାଏ । ଏବେ ତାଉତେ ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଥିବା ବେଳେ ଆସନ୍ତା ମେ’୨୩ରେ ଆସୁଛି ଆଉ ଏକ ବାତ୍ୟା । ତାଉତେ ପରେ ଆସୁଛି ଆଉ ଏକ ବାତ୍ୟା । ଆରବ ସାଗର ପରେ ବଙ୍ଗୋପସାଗରରେ ଶକ୍ତି ସଞ୍ଚୟ କରୁଛି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହୋଇ ଭୟଙ୍କର ବାତ୍ୟାର ରୂପ ନେଇପାରେ । ଆସନ୍ତା ମେ’ ୨୩ରେ ଏହା ଉପକୂଳ ଆଡକୁ ମାଡ଼ିଆସିବ ।

ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ବର୍ତ୍ତମାନ ଜଣାପଡି ନାହିଁ । କେନ୍ଦ୍ର ଆର୍ଥ ସାଇନ୍ସର ସଚିବ ତଥା ବରିଷ୍ଠ ଭୂ-ବିଜ୍ଞାନୀ ମାଧବନ୍ ରାଜୀବନ୍ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମାଧବନ୍ କହିଛନ୍ତି ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୨ରୁ ୨୮ତାରିଖ ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ବାତ୍ୟାର ରୂପରେଖ ୨୩ ତାରିଖ ଆଡ଼କୁ ସ୍ପଷ୍ଟ ହେବ । ତେଣେ ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇନି ପାଣିପାଗ ବିଭାଗ । ସ୍ଥିତି ଉପରେ ନଜର ରଖାଯାଇଛି । ବାତ୍ୟାର ସ୍ଥିତି, ଗତି ଓ ଲ୍ୟାଣ୍ଡଫଲ ନେଇ ଏଯାଏ ଆକଳନ ହୋଇନ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ