Before Header

ପଶ୍ଚିମବଙ୍ଗ ନିର୍ବାଚନ ହିଂସା ମାମଲାରେ ଆଉ ଜଣେ ଗିରଫ

0 21

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । ତେବେ ଉତ୍ତର ପରଗନା ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଥିବାର ସୂଚନା ମିଳିଛି । ଏହା ଛଡା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପି କର୍ମୀଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ରତନ ହଲ୍ଦରଙ୍କୁ ଜଗଦଲ ଅଞ୍ଚଳରୁ ଗିରଫ କରାଯାଇଥିଲା ।

କେବଳ ଏତିକି ନୁହେଁ ବରଂ ବିଜେପି କର୍ମୀ ହତ୍ୟାରେ ସମ୍ପୃକ୍ତ ଥିବା ବିଜୟ ଘୋଷ ଏବଂ ଅସୀମା ଘୋଷଙ୍କୁ ସିବିଆଇ ଅଗଷ୍ଟ ୨୮ରେ ଗିରଫ କରିଥିଲା । ଏହା ସହ କିଛି ଦିନ ପୂର୍ବରୁ ସିବିଆଇ ପୋଲ ହିଂସା ମାମଲାରେ ଏକ ଚାର୍ଜସିଟ ଦାଖଲ କରିଛି ।

Leave A Reply

Your email address will not be published.