Masthead

ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ ।  କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ ।  ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ମୃତକ ଗୋଗିନ୍ଦପୁର ଗାଁର। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଚାପା ଉତ୍ତେଜନା ।  ଶୁକ୍ରବାର ବିଳମ୍ଵିତ ରାତିରେ ଜଣେ ପରିବା ଦୋକାନୀ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନୀ ଜଣଙ୍କ ଜିଅନ୍ତା ଜଳିଯାଇଛନ୍ତି।  ସୂଚନାନୁଯାୟୀ, କୁଦାନଗରୀ ଥାନା ଗୋବିନ୍ଦପୁର ଗାଁର ସୁବାଷ ଚନ୍ଦ୍ର ମଲ୍ଲିକ ବାରୁଣୀ ବଜାରରେ ଏକ ପରିବା ଦୋକାନ ଦେଇଥିଲେ। ଶୁକ୍ରବାର ରାତିରେ ସୁବାଷ ଦୋକାନରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ସୁବାଷ ଜିଅନ୍ତା ଜଳିଯାଇଛନ୍ତି। ତେବେ ଦୋକାନରେ କେମିତି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’