Masthead

ହରିହାଟ ଭୋଗ ଖାଇ ଜଣେ ମୃତ, ୨ଶହ ଅସୁସ୍ଥ

ବାହାନଗା( ବଡ଼ ଖବର ବ୍ୟୁରୋ ): ହରିହାଟ ଭୋଗ ଖାଇ ଜଣେ ମୃତ, ୨ଶହ ଅସୁସ୍ଥ । ବାହାନଗା ବ୍ଲକ ଆରୁହା ଗ୍ରାମରେ ହରିହାଟ ଭୋଗ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଶହ ଲୋକ ଅସୁସ୍ଥ ହୋଇଛନ୍ତି । ଆରୁହା ମହାଦେବ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଅପରାହ୍ନରେ ହରିହାଟ ଉତ୍ସବ ଉଦଯାପିତ ହୋଇଥିଲା। ଉଦଯାପନ ଉତ୍ସବରେ ଶତାଧିକ ଲୋକଙ୍କ ସମାଗମ ହେବା ସହିତ ସମୂହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ପ୍ରସାଦ ସେବନ କରି ଫେରିବା ପରେ ଗ୍ରାମର ଭଗବାନ ଧଳଙ୍କ ୫ବର୍ଷୀୟା ଝିଅ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରସାଦ ସେବନ କରିଥିବା ଲୋକଙ୍କ ମଧ୍ୟରୁ ଦୁଇଶହରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଖବରପାଇ ସୋର ହସ୍ପିଟାଲରୁ ଡାକ୍ତରୀ ଟିମ ଆରୁହା ଗ୍ରାମରେ ପହଂଚି ଅସୁସ୍ଥଙ୍କ ଚିକିତ୍ସା ଜାରି ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି କୋଭିଡ ମହାମାରୀର ଏ ଅସମୟରେ ଏକାଧିକ ଲୋକଙ୍କୁ ଏକତ୍ରିତ ହେବାକୁ ଯେଉଁଠି ବାରଣ କରାଯାଇଛି ସେଠି ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ହେବା ଓ ଭୋଜି ଭାତର ଆୟୋଜନକୁ କିଏ ଅନୁମତି ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ