ଗୁଳିବିନିମୟରେ ୮ ମାଓବାଦୀଙ୍କ ମୃତ୍ୟୁ

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ସୀମାନ୍ତ ଛତିଶଗଡ଼ ବିଜାପୁରରେ ଗୁଳିମାଡ । ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ବଡ ଅପରେସନ୍ । ଗତ ଦୁଇ ଦିନରୁ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି । ନାରାୟଣପୁର , କୋଣ୍ଡାଗାଓଁ, କାଙ୍କେର ଏବଂ ଦନ୍ତେୱାଡା ଜିଲ୍ଲା ଯବାନ ମାନେ ଏହି ଅପରେସନରେ ସାମିଲ ରହିଥବା ଜଣାପଡିଛି । ସୁରକ୍ଷା ବାହିନୀ ପୁଣିଥରେ ବଡ଼ ସଫଳତା ପାଇବା ସମ୍ଭାବନା ରହିଥିବା ବେଳେ ବର୍ତମାନ ସୁଦ୍ଧା ୮ ମାଓବାଦୀଙ୍କ ଶବ ଯବାନ ମାନେ ଜବତ କରିଛନ୍ତି । ଯବାନ ମାନଙ୍କର ମିଳିତ ଅପରେସନ ଆବୁଜମାଡର କୁଟୁଲ ଫାର୍ସବେଡା କୋତାମେଟା ଅଞ୍ଚଳରେ ଜାରି ରହିଛି । ଏଥିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ମାଓବାଦୀ ଗୁରୁତର ରହିଥିବା ସୂଚନା ରହିଛି । ଅପର ପକ୍ଷରେ କିଛି ଯବାନ ମଧ୍ୟ ଆହତ ହୋଇଥିବା ଖବର ରହିଛି । ବର୍ତ୍ତମାନ ମଧ୍ୟ ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ଜାରିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’