Masthead

ଖାଲି ହେଉଛି ବବିଙ୍କ ଗଡ଼

ଯାଜପୁର (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ବବିଙ୍କ ହାତ ଛାଡି ପଂଚାୟତ ସ୍ତରର ଆଗ ଧାଡ଼ିର ନେତା ଓ କର୍ମୀ ବିଜେପିରେ ସାମିଲ ହେଉଥିବାରୁ ବବିଙ୍କ ଗଡ଼ ଖାଲି ହେଉଛି । ଦୀର୍ଘ ବର୍ଷ ଧରି ଯେଉଁ ପଂଚାୟତ ସ୍ତରର ନେତାମାନେ ପଂଚାୟତ ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ ହେଉ ବବିଙ୍କୁ ବିଜୟର ସ୍ୱାଦ ଦେଉଥିଲେ ସେହି ନେତାମାନେ ବବିଙ୍କ ହାତ ଛାଡି ବିଜେପିରେ ମିଶୁ ଥିବାରୁ ବିଜେପି ଯାଜପୁରରେ ସଶକ୍ତ ହେଉଛି ।

ବିଶେଷ କରି ଗୌତମ ରାୟଙ୍କ ନିର୍ମଳ ଭାବମୂର୍ତ୍ତି ପ୍ରତି ଆକୃଷ୍ଟ ହୋଇ ବିଜେଡିର ନେତା ଓ କର୍ମୀମାନେ ଶହ ଶହ ସଂଖ୍ୟାରେ ଦଳ ଛାଡ଼ୁଛନ୍ତି । କର୍ମୀ ଓ ନେତା ଦଳ ଛାଡୁଥିବାରୁ ବବି ବିଚଳିତ ହୋଇ ବିଭିନ୍ନ ସଭା ସମିତିରେ ଅରୁଚିକର ଭାଷଣ ଦେଉଥିବାର ଦେଖିବାକୁ ମିଳୁଛି । ଯାଜପୁର ବ୍ଲକ ଖଇରାବାଦ ପଂଚାୟତ ସାନ ତ୍ରିଲୋଚନ ପୁର ଗ୍ରାମରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବରେ ଖଇରାବାଦ ଓ ଜାଫରପୁର ପଂଚାୟତର ହଜାର ହଜାର ବିଜେଡି କର୍ମୀମାନେ ବିଜେପି ଦଳରେ ସାମିଲ ହୋଇଥିଲେ । ବିଶେଷ କରି ଶହ ଶହ ସଂଖ୍ୟାରେ ମହିଳାମାନେ ବିଜେଡି ଛାଡି ବିଜେପିରେ ମିଶି ଥିଲେ ।

ଏହି ଦୁଇ ପଂଚାୟତକୁ ବିଜେଡିର ଗଡ଼ ଭାବେ ଦୀର୍ଘ ବର୍ଷ ଧରି ସୁରକ୍ଷିତ ରଖିଥିବା ବିଜେଡିର ଦୃଢ ସଂଗଠକ ଗୋକୁଳି ରାଉତ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଗୋକୁଳିଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ମାନେ ବିଜେଡି ଦଳ ଛାଡି ବିଜେପି ସାମିଲ ହୋଇଥିଲେ । ଗୋକୁଳି ରାଉତ ବବିଙ୍କର ଜଣେ ଦୃଢ ସଂଗଠକ ଥିଲେ । ଏହି ଦୁଇ ପଂଚାୟତ ବ୍ୟତୀତ ଅନ୍ୟ ପଂଚାୟତର ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ମାନେ ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ, ବରୀ ବିଜେପି ନେତା ଉମେଶ ଯେନାଙ୍କ ସମେତ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ଯୁବ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ