କ୍ୟାବିନେଟ ବୈଠକରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୋଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ୁଥିବା କୋଭିଡ଼ ସ୍ଥିତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ଭାଇରସ ବିରୋଧରେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିହେବ ସେ ନେଇ ଆଜି ହେବାକୁ ଥିବା କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ ମୋଦୀ । ଆଜି ଦିନ ପ୍ରାୟ ୧୧ଟା ବେଳକୁ ଏହି ବୈଠକ ବିସବା ନେଇ ଯୋଜନା କରାଯାଇଛି । ଏହି ବୈଠକରେ ମହାମାରୀକୁ ରୋକିବା ପାଇଁ କିଛି କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯିବାର ସମ୍ଭାବନା ରହିଛି ।

ଭିଡିଓ କନଫରେନସିଙ୍ଗ ଜରିଆରେ ଏହି ବୈଠକ ବସିବ । ସେହିପରି ଗୁରୁବାର ମଧ୍ୟ ଚିଫ ଅଫ ଆର୍ମି ଷ୍ଟାଫ ଜେନେରାଲ ଏମଏମ ନରୱଣେଙ୍କୁ ଭେଟି କୋଭିଡ଼ ସ୍ଥିତିର ପ୍ରସ୍ତୁତି ଓ ସେନାବାହିନୀର ପଦକ୍ଷେପ କଥା ସମୀକ୍ଷା କରିଥିଲେ ମୋଦୀ । ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହର ପରିଚାଳନା ପାଇଁ ମୋଦୀ ଏହା ମଧ୍ୟରେ ୨୧ଟି ଆନୁଷ୍ଠାନିକ ବୈଠକରେ ଯୋଗ ଦେଇ ସାରିଛନ୍ତି ।ଆଉ ସେଥିମଧ୍ୟରୁ ଅଧିକାଂଶ ବୈଠକ ଗତ ସପ୍ତାହରେ ହିଁ ବସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’