Masthead

ହୁ ହୁ ହୋଇ ବଢୁଛି ପିଆଜ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ଚାହିଦା ଅନୁସାରେ ପିଆଜ ଉତ୍ପାଦନ ହେଉଛି କିନ୍ତୁ ସଂରକ୍ଷଣ ସମସ୍ୟା ଯୋଗୁଁ ଆକାଶଛୁଆଁ ହେଲାଣି ପିଆଜ ଦର । ରାଜ୍ୟରେ ଅଧିକାଂଶ ସ୍ଥାନରେ ୫୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ପିଆଜ । ଏଭଳି ପରିସ୍ଥିତିରେ ଏହାର ପାଇଦା ଉଠାଉଛନ୍ତି ବାହାର ରାଜ୍ୟର ପିଆଜ ବେପାରୀ । ରାଜ୍ୟରେ ବର୍ଷକୁ ପ୍ରାୟ ୩.୭୫ ଲକ୍ଷ ଟନ୍ ପିଆଜର ଚାହିଦା ଥାଏ। ସେହି ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି।

ନୂଆପ଼ଡ଼ା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ରବି ଋତୁରେ ପିଆଜ ଚାଷ ହୁଏ। କମ୍ ବୃଷ୍ଟିପାତ ଅଞ୍ଚଳରେ ଅଧିକ ପିଆଜ ଚାଷ ହେଉଥିଲେ ଏଭଳି ଦର ମଧ୍ୟ ବଢନ୍ତା ନାହିଁ। ନାସିକରେ ଏକ ପ୍ରକାର ନାଲି ପିଆଜ ଆସିଥାଏ, ବର୍ଷା ଦିନରେ ଏହା ନଷ୍ଟ ହେଲେ ଦର ଆହୁରି ଅଧିକ ହୋଇଯାଏ। ଉତ୍ପାଦନ ଭଲ ହେଲେ ମହାରାଷ୍ଟ୍ର ଓ ଗୁଜରାଟ ଭଳି ଓଡ଼ିଶାରୁ ମଧ୍ୟ ପିଆଜ କ୍ରୟ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ