Masthead

ଅନଲାଇନ ବନ୍ଧୁ ଠକିନେଲେ ୧ଲକ୍ଷ ୭୦ ହଜାର

ଡେରାବିଶ(ବଡ଼ ଖବର ବ୍ୟୁରୋ): ଠକେଇର ଶିକାର ହେଲେ ସ୍ତ୍ରୀ । ତଲାକ ଦେଲା ସ୍ୱାମୀ । ଛଳନା କରି ଅନଲାଇନ ବନ୍ଧୁ ଠକିନେଲେ ୧ଲକ୍ଷ ୭୦ ହଜାର । ଟଙ୍କା ଚାଲିଯିବା ପରେ ରାଗରେ ସ୍ତ୍ରୀକୁ ତିନ ତଲାକ ଦେଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ କୁସିଆପାଳ ପଞ୍ଚାୟତ ବାବୁରାମ ପାଟଣା ଗାଁରେ । ଗାଁର ଜମରୁନ ବିଵି ସାଇବର ଠକେଇ ର ଶିକାର ହୋଇଥିଲେ । ସେ ରବିଶର୍ମା ନାମକ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ । ରବିଶର୍ମା ଜମରୁନଙ୍କୁ ଭଉଣି ବୋଲି ସମ୍ବୋଧନ କରିବା ସହ ତାଙ୍କୁ ପଚିଶ ଲକ୍ଷ ଟଙ୍କାର ଗିପ୍ଟ ଦେବ ବୋଲି କହିଥିଲେ । ଏବଂ କୋରିଅର ଚାର୍ଜ ଦେଢ ଲକ୍ଷ ପଠାଇବାକୁ କହିଥିଲେ । ଲୋଭର ବଶବର୍ତ୍ତୀ ହୋଇ ଏକ ଲକ୍ଷ ୭୦ ହଜାର ଟଙ୍କା ରବିଶର୍ମାକୁ ଫୋନପେ ମାଧ୍ୟମରେ ପଠାଇଥିଲେ । ପରେ କøøଣସି ପାଲର୍ସଲ ଜାମରୁନଙ୍କୁ ଅସିଥିଲା । ଠକେଇର ଶିକାର ହୋଇଥିବା ଜାଣିପାରି ରବିଶର୍ମାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଜାମରୁନ ।

ଏହି ଘଟଣାକୁ ନେଇ ଜାମରୁନଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ଗୁଜୁରାଟର ଏକ କମ୍ପାନୀରେ କାର୍ଯ୍ୟରତ ଜାମରୁନଙ୍କ ସ୍ୱାମୀ ଶେଖ୍ ରାଜିଦ ସ୍ତ୍ରୀର ଏଭଳି କାମ ପାଇଁ ତାଙ୍କୁ ତଲାକ ଦେଇଛନ୍ତି । ଶେଖ ରାଜିଦ ଓ ଜମରୁନଙ୍କ ଦୀର୍ଘ ଅଠର ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଗଲା କେବଳ ସାଇବର ଠକ ପାଇଁ । ସ୍ୱାମୀ ତଲାକ ଦେଇ ଘରୁ ବାହାର କରିଦେବା ପରେ ଜାମରୁନ ତାଙ୍କର ଚାରି ପୁଅ ଝିଅଙ୍କୁ ନେଇ ପୁଣି କେନ୍ଦ୍ରାପଡ଼ା ସଦର ଥାନାରେ ସ୍ୱାମୀଙ୍କ ନାମରେ ଅଭିଯୋଗ କରିବା ସହ ଭରଣ ପୋଷଣ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି