Masthead

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । କେବଳ ମାଟ୍ରିକ ନୁହେଁ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । କଟକ ବିଏସଇ ମୁଖ୍ୟାଳୟରେ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ମାଟ୍ରିକ ଛାତ୍ରଛାତ୍ରୀ ସନ୍ଧ୍ୟା ୬ଟା ପରେ www.bseodisha.ac.inùe ରେଜଲ୍ଟ ଦେଖିପାରିବେ । ଏହାସହ ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନଥିବ ସେମାନେ SMS  କରି ମଧ୍ୟ ରେଜଲ୍ଟ ଜାଣିପାରିବେ ।

ନିଜ ମୋବାଇଲେରେ SMS ବକ୍ସ ଖୋଲି OR01 ଲେସ୍ଦେନ ଟାଇପ୍ କରିବା ପରେ ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଦେବା ପରେ ଗ୍ରେଟରଦେନ ଟାଇପ କରି 5676750K କୁ SMS କରି ରେଜଲ୍ଟ ଜାଣି ପାରିବେ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମାଟ୍ରିକ ଫଳାଫଳକୁ ନେଇ ଚୂଡାନ୍ତ ପଦ୍ଧତିକୁ ବୋର୍ଡ଼ ଅନୁମୋଦନ ଦେଇଥିଲା । ଉକ୍ତ ଫର୍ମୁଲା ଅନୁଯାୟୀ, ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି ।

ନବମର ଷାଣ୍ମାସିକ ଓ ବାର୍ଷିକ ପାରୀକ୍ଷାର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି । ଏହାସହ ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ ବୋଲି କୁହାଯାଇଥିଲା । ନବମର ୪୦%, ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବା ନେଇ ପ୍ରସ୍ତାବ ରହିଥିଲା । ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ । ଏହାସହ ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ