Masthead

ଶ୍ରୀମନ୍ଦିରରେ ପ୍ରତି ୩୨ ମାସ ପରେ ମଳ ମାସରେ ପୂଜା ପାଆନ୍ତି ବରାହ ପୁରୁଷୋତ୍ତମ ନାରାୟଣ

ପୁରୀ (ବଡ଼ ଖବର ବ୍ୟୁରୋ): ଜୁଲାଇ ୧୮ରୁ ଅଗଷ୍ଟ ମାସ ୧୬ ପର୍ୟ୍ୟନ୍ତ ମଳ ମାସ ପଡୁଛି। ଶ୍ରୀମନ୍ଦିର ଭିତରେରେ ମା ବଟ ମଙ୍ଗଳାଙ୍କ ମନ୍ଦିର ସାମନାରେ ଶ୍ରୀ ବରାହ ପୁରୁଷୋତ୍ତମଙ୍କ ମନ୍ଦିର ରହିଛି । ମଳ ମାସରେ ହିଁ ଠାକୁର ପୂଜା ପାଇଥାନ୍ତି ଓ ଅନ୍ୟ ସମସ୍ତ ଦିନ ବନ୍ଦ ରହିଥାଏ ମନ୍ଦିର । କେବଳ ଦ୍ୱାଦଶୀରେ ଏଠାରେ ଅମାଲୁ ଓ କ୍ଷୀରି ଭୋଗ ହୁଏ । ମଳ ମାସର ଅନ୍ୟଦିନ ଗୁଡିକ ଫଳଭୋଗ ହେଇଥାଏ । ମନ୍ଦିରର ଉଚ୍ଚତା୧୧ ରୁ ୧୨ ଫୁଟ । ବର୍ଷସାରା ଏହି ମନ୍ଦିର ତାଲା ପଡି ରହିଥାଏ । ଯେମିତି ପ୍ରତ୍ୟେକ ମାସର ଜଣେ ଜଣେ ଅଧିପତି ଥାଆନ୍ତି, ଠିକ ସେଇଭଳି ମଳମାସର ଅଧିପତି ହେଉଛନ୍ତି ସ୍ୱୟଂ ଜଗନ୍ନାଥ ପୁରୁଷୋତ୍ତମ । ଏହି ମାସରେ ପୂଜା ପାଇଥାନ୍ତି ବରାହ ପୁରୁଷୋତ୍ତମ । ମନ୍ଦିର ଭିତରେ ରହିଛି ଦୁଇଟି ମୂର୍ତ୍ତି । ଜଣେ ବରାହ, ଆଉ ଜଣେ ସ୍ୱୟଂନାରାୟଣ ପୁରୁଷୋତ୍ତମ। ତେବେ ଶ୍ରୀମନ୍ଦିର ସହ ଅନେକ ଏମିତି କଥା ଜଡିତ ହୋଇ ରହିଥିବା ବେଳେ ୩୨ ମାସରେ ମାତ୍ର ଗୋଟିଏ ମାସ ପୂଜା ପାଉଥିବା ଏହି ବରାହ ପୁରୁଷୋତ୍ତମ ଓ ମଳ ନାରାୟଣଙ୍କ ବିଷୟରେ ଶୁଣିବା ଯେତିକି ଆଶ୍ଚର୍ୟ୍ୟକର ସେତିକି ଭିନ୍ନ ଅନୁଭବ ଆଣିଦେଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା