Before Header

ଏନଡିଏରୁ ପ୍ରଧାନମନ୍ତ୍ରୀ ଚେହେରା ନରେନ୍ଦ୍ର ମୋଦି, ବିପକ୍ଷରୁ କିଏ?

0 64

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ୨୦୧୯ ଭଳି ମୋଦିଙ୍କ ପାଇଁ ସଜହ ହେବନି୨୦୨୪ । ଏନଡିଏକୁ ଟକ୍କର ଦେବ ଇଣ୍ଡିଆ । ଶାସକ ଓ ବିରୋଧୀଙ୍କ ମଧ୍ୟରେ ହେବ ମହାମୁକାବିଲା । ତେବେ ଏହାରି ଭିତରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଏନଡିଏରୁ ପ୍ରଧାନମନ୍ତ୍ରୀ ଚେହେରା ନରେନ୍ଦ୍ର ମୋଦି, ବିପକ୍ଷରୁ କିଏ? ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ଉପରେ କୋର୍ଟଙ୍କ କାର୍ଯ୍ୟନୁଷ୍ଠାନ ସେପଟେ ଶରଦ ପାୱାରଙ୍କ ପାଟିରେ ବିଦ୍ରୋହ ପରେ ଏବେ ୩ ପ୍ରମୁଖ ପାର୍ଟିର ନେତାଙ୍କ ନାଁକୁ ନେଇ ହେଉଛି ଚର୍ଚ୍ଚା । ମମତା ବାନାର୍ଜୀ, ନିତିଶ କୁମାର ଓ ଅରବିନ୍ଦ କେଜ୍ରିୱାଲ । ବିପକ୍ଷରେ ଏହି ୩ ପ୍ରମୁଖ ନେତାଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ଭାବେ କାହାକୁ ଲୋକେ କରନ୍ତି ବେଶୀ ପସନ୍ଦ । ଏନଡିଏରେ ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ କେଉଁ ନେତାଙ୍କୁ କରନ୍ତି ଅଧିକ ପସନ୍ଦ? ସର୍ଭେରେ କିଏ ପାଇଛନ୍ତି ବେଶୀ ଭୋଟ? କାହାକୁ ମିଳିଛି ଅଧିକ ସମର୍ଥନ? ଗୋଟେ ପଟେ ମଣିପୁର ହିଂସାକୁ ନେଇ ସାରା ଦେଶ ସ୍ତବ୍ଧ ରହିଥିବା ବେଳେ ଅନ୍ୟ ପଟେ ଶାସକ ବିରୋଧୀ ଦଳର ମହାମେଂଟକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛିି । ଏହାରି ମଧ୍ୟରେ ସି ଭୋଟର ସର୍ଭେ ହୋଇଛି । ଲୋକେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ବାଛିଛନ୍ତି । ତେବେ ଏହି ସି ଭୋଟର ତାଲିକାରେ ସାମିଲ ଅଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ । ସି ଭୋଟରର ଏହି ସର୍ଭେରେ ସର୍ବାଧିକ ୧୪% ଭୋଟରଙ୍କ ମତ, ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ହେଉଛନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ମୋଦିଙ୍କ ସାମ୍ନାରେ ସେ ହେଉଛନ୍ତି ଦମଦାର ଟକ୍କର ଦେଉଥିବା ପ୍ରତିଯୋଗୀ । ସର୍ଭେର ରିପୋର୍ଟ ଅନୁସାରେ ଆପ୍ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦେଶକୁ ଚଳାଇବାର କ୍ଷମତା ରଖିଛନ୍ତି । ଲଗାତାର ଦିଲ୍ଲୀ ଶାସନଗାଦିରେ ବସିବା ପରେ ପଂଜାବରେ ମଧ୍ୟ ଜୋରଦାର ବିଜୟ ହାସଲ କରିଛି ଦଳ । ପରବର୍ତ୍ତୀ ସମୟରେ ଗୁଜୁରାଟରେ ମଧ୍ୟ କିଛି ଗଡ଼କୁ ହାତେଇବାରେ ସଫଳତା ପାଇଥିଲା କେଜ୍ରିୱାଲଙ୍କ ପାର୍ଟି । ଆଗାମୀ ଶାସକ ପାଇଁ ତାଙ୍କୁ ସମର୍ଥନ ଦେଇଛନ୍ତି ଭୋଟର । ୧୪% ଭୋଟରଙ୍କ ମତରେ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିରେ ପିଏମ ପାଇଁ ସେ ହୋଇପାରନ୍ତି ଉପଯୁକ୍ତ କ୍ୟାଣ୍ଡିଡେଟ । ସେହିପରି ରାଜନୀତିରେ ଟାଣୁଆ ନେତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ମଧ୍ୟ ରହିଛି । ତେବେ ନିକଟରେ ତାଙ୍କ ଦଳର ଏକ ସାଂସଦ ଦିଦିଙ୍କ ପ୍ରଧାନମନ୍ତ୍ରୀ ରେସରେ ରହିବା କଥାକୁ କହିଥିଲେ । ସି ଭୋଟର ସର୍ଭେ ରିପୋର୍ଟରେ ଜନତା ତାଙ୍କୁ ୧୦% ସମର୍ଥନ ଦେଇଛନ୍ତି । ସି ଭୋଟର ତାଲିକାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କୁ ୮% ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ବିବେଚିତ କରିଛନ୍ତି ଜନତା । ତେବେ କିଏ ମାରିବ ବାଜି ଏବଂ କିଏ ହେବ ବାଜିଗର ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.