ଦାଦନ ସମସ୍ୟାର ସମାଧାନ ନକରିବାରେ ବି ରେକର୍ଡ କରିଛନ୍ତି ନବୀନ: ସମୀର ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନବୀନ ବାବୁଙ୍କ ଶାସନ କାଳ ଜ୍ୟୋତି ବସୁଙ୍କଠୁ ଅଧିକ ହୋଇଛି । ଏହା ସତ୍ୟ କିନ୍ତୁ ଏହି ୨୩ ବର୍ଷ ୧୩୮ ଦିନ ଭିତରେ ପ୍ରତିଶ୍ରୁତି ଦେବା ଓ ପାଳନ ନକରିବାର ରେକର୍ଡ ବି କରିଛନ୍ତି ନବୀନ ପଟ୍ଟନାୟକ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଜନପ୍ରତିନିଧିମାନେ ସାଂସଦ, ବିଧାୟକ, ମନ୍ତ୍ରୀଙ୍କଠୁ ନେଇ ସରପଞ୍ଚଙ୍କ ପର୍ଯ୍ୟନ୍ତ ଜଣେ ସଚିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ଚୌକି ପକାଉଛନ୍ତି ।

ଲୋକ ଯୋଗାଡ଼ କରୁଛନ୍ତି ଏହାବି ନବୀନ ବାବୁଙ୍କ ୨୩ ବର୍ଷ ଶାସନର ଆଉ ଏକ ରେକର୍ଡ । ଏପରିକି ଭାରତୀୟ ରାଜନୀତି ଇତିହାସରେ ବି ଏକ ରେକର୍ଡ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଚାଷୀଙ୍କ ରୋଜଗାର ଦୁଇଗୁଣ, ଦାଦନ ସମସ୍ୟାର ସମାଧାନ, ଶିଳ୍ପାୟନ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଅପପୃଷ୍ଟି ଭଳି ପ୍ରତିଶ୍ରୁତି ପାଳନ ନ କରିବାର ରେକର୍ଡ ବି କରିଛନ୍ତି ନବୀନ ପଟ୍ଟନାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ