ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ବିଜେଡି ପକ୍ଷରୁ ଗୃହରେ ହଙ୍ଗାମା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୋଷ୍ଟର ଧରି ବିଜେଡି ନାରାବାଜି କରିଛି । ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି ଗୃହର ନେତା ଗୃହକୁ ନ ଆସି ବାହାରେ ବୁଲୁଛନ୍ତି, କ’ଣ ବାର୍ତ୍ତା ଦେଉଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟାକୁ ନେଇ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାରେ ବୁଲୁଛନ୍ତି। ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ହଟ୍ଟଗୋଳ ପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।