ଶଳାଙ୍କ ପାଇଁ ଭିଣେଇଙ୍କ କଟିଲା କି ଟିକେଟ?

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଏବେ ଶୀର୍ଷ ଆଲୋଚନାର ବିଷୟବସ୍ତୁ ପାଲଟିଛି ସୁରଙ୍କ ବଂଶବାଦ ରାଜନୀତି। ଲୋକେ କୁହାକୁହି ହୋଉଛନ୍ତି କୁଆଡେ ରାଉତରାୟଙ୍କ ଫ୍ୟାମିଲି ପାଇଁ କଂଗ୍ରେସ ସତ୍ୟବାଦୀରେ ଦଳର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଟିକେଟରୁ କଲା ବଞ୍ଚିତ। ପ୍ରସାଦ, ଶରତ ପଟ୍ଟନାୟକଙ୍କ ପୂର୍ବ ପିସିସି ମୁଖିଆଙ୍କୁ ନେଇ ଦିନେ ଦଳ ଉପରେ ନାଖୁସ ଥିଲେ । ଏମିତିକି କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପିସିସି ପ୍ରତି ଥିବା ଉଦ୍ଦବେଗ ପ୍ରକାଶ କରିବା ସହ ସେତେବେଳେ ଆଉ ଲଢିବେ ନାହିଁ ବି କହିଥିଲେ ।

କିନ୍ତୁ ଶରତ ପିସିସି ମଙ୍ଗୁଆଳ ସମ୍ଭାଳିବା ପରେ ଦଳରେ ପୁଣି ସେ ତାଙ୍କର ସକ୍ରିୟତା ଦେଖାଉଥିଲେ । ଏମିତିକି ବିଭିନ୍ନ ପଦ ପଦାବୀରେ ମଧ୍ୟ ରହି ଆସୁଛନ୍ତି । ଏଆଇସିସି ଓ ପିସିସି ବି ତାଙ୍କୁ ଗୁରୁତ୍ୱ ଦେଉଛି । ହେଲେ ୨୪ ନିର୍ବାଚନରେ ତାଙ୍କ ଭଳି ଜଣେ ତୁଙ୍ଗ ନେତାଙ୍କୁ କିମ୍ବା ସେ ଦୂରେଇ ରହିବା ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଯିଏ ସତ୍ୟବାଦୀରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ମନ୍ତ୍ରୀ ବନିଥିଲେ ସେ ଲଢେଇରୁ ରହିଗଲେ ଦୂରେଇ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି କି ସାନ ଶଳା ମନ୍ମଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ହେବାପରେ ତାଙ୍କୁ ଏ ଦଶା ଭୋଗିବାକୁ ପଡିଲା।

କୁହାଯାଉଛି କି ପ୍ରସାଦଙ୍କ ଶଶୁର ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସବୁ ପ୍ଲାନ୍ ଫେଲ ମାରିଛି। ଯାହା ଫଳରେ ପ୍ରସାଦ ଓ ବଡ଼ ପୁଅ ସିଦ୍ଧାର୍ଥଙ୍କୁ ମିଳିନି କଂଗ୍ରେସ ଟିକେଟ । ଏବେ ସାରା ରାଜ୍ୟରେ ଗୋଟେ ଚର୍ଚ୍ଚା ଶଳା ପାଇଁ ଗଲା ଭିଣେଇ ଟିକେଟ !

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’