Masthead

ମନ୍ଦିର ଖୋଲିବ କେବେ? ୭ରେ ସେବାୟତଙ୍କ ଘଣ୍ଟପିଟା ପ୍ରତିବାଦ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା କଟକଣା ଭିତରେ ଦୋକାନବଜାର,କାର୍ଯ୍ୟାଳୟ ଖୋଲିସାରିଛି । ଜୀବନଜୀବିକା ସ୍ୱାଭାବିକ ହେବାରେ ଲାଗିଛି । ଧନୀଠୁ ଗରିବ ସମସ୍ତେ ସ୍ୱଭାବିକ ସ୍ଥିତିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବା ମଧ୍ୟେ ଲୋକେ ନିଜ କର୍ମକ୍ଷେତ୍ରକୁ ଅଗ୍ରସର ହେଲେଣି । କଡ଼ା ଗାଇଡଲାଇନ୍ ଭିତରେ ସରକାର ପ୍ରତିମାସରେ ଅନଲଗ୍ ପ୍ରକ୍ରିୟା ଜାରି କରୁଛନ୍ତି । ଧୀରେ ଧୀରେ ସମସ୍ତ କ୍ଷେତ୍ର ସ୍ୱଭାବିକ ହେଉଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନକୁ ଏପର୍ଯ୍ୟନ୍ତ ସରକାର ଅନଲକରୁ ବାଦ ଦେଇଛନ୍ତି ।

ଧର୍ମାନୁଷ୍ଠାନ ଓ ମନ୍ଦିର ଖୋଲିବା ଦାବି ନେଇ ପୁଣିଥରେ ମୁହଁ ଖୋଲିଛି ଓଡ଼ିଶା ସେବାୟତ ସଂଘ । ସଂଘର କର୍ମକର୍ତ୍ତାମନେ କହିଛନ୍ତି,ଦୀର୍ଘଦିନର ଲକଡାଉନ୍ ଓ ସଟଡାଉନ ଯୋଗୁଁ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି ସେବାୟତ । ମନ୍ଦିର ଖୋଲିବା ପାଇଁ ବାରମ୍ବାର ସରକାରଙ୍କୁ ନିବେଦନ କରାଯାଇଛି । ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହେଇସାରିଛୁ । କିନ୍ତୁ ସରକାର ଚୁପ୍ ବସିଛନ୍ତି । ମନ୍ଦିର ଖୋଲିବା ନିଷ୍ପତ୍ତିକୁ ସରକାର ଝୁଲାଇ ରଖିଛନ୍ତି । ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ମନ୍ଦିରଗୁଡିକ ଆଗରେ ସକାଳ ୯ଟାରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ । ଚୁପହୋଇ ବସିବେନି ସେବାୟତଙ୍କ ପରିବାର ସଦସ୍ୟମାନେ । ସେମାନେ ମଧ୍ୟ ଘର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜୁନ-୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ଦ ରହିଛି । କଟକଣା ଭିତରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେନାହିଁ ବୋଲି କହିଛନ୍ତି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା