Masthead

ମନ୍ଦିର ଖୋଲିବ କେବେ? ୭ରେ ସେବାୟତଙ୍କ ଘଣ୍ଟପିଟା ପ୍ରତିବାଦ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା କଟକଣା ଭିତରେ ଦୋକାନବଜାର,କାର୍ଯ୍ୟାଳୟ ଖୋଲିସାରିଛି । ଜୀବନଜୀବିକା ସ୍ୱାଭାବିକ ହେବାରେ ଲାଗିଛି । ଧନୀଠୁ ଗରିବ ସମସ୍ତେ ସ୍ୱଭାବିକ ସ୍ଥିତିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବା ମଧ୍ୟେ ଲୋକେ ନିଜ କର୍ମକ୍ଷେତ୍ରକୁ ଅଗ୍ରସର ହେଲେଣି । କଡ଼ା ଗାଇଡଲାଇନ୍ ଭିତରେ ସରକାର ପ୍ରତିମାସରେ ଅନଲଗ୍ ପ୍ରକ୍ରିୟା ଜାରି କରୁଛନ୍ତି । ଧୀରେ ଧୀରେ ସମସ୍ତ କ୍ଷେତ୍ର ସ୍ୱଭାବିକ ହେଉଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନକୁ ଏପର୍ଯ୍ୟନ୍ତ ସରକାର ଅନଲକରୁ ବାଦ ଦେଇଛନ୍ତି ।

ଧର୍ମାନୁଷ୍ଠାନ ଓ ମନ୍ଦିର ଖୋଲିବା ଦାବି ନେଇ ପୁଣିଥରେ ମୁହଁ ଖୋଲିଛି ଓଡ଼ିଶା ସେବାୟତ ସଂଘ । ସଂଘର କର୍ମକର୍ତ୍ତାମନେ କହିଛନ୍ତି,ଦୀର୍ଘଦିନର ଲକଡାଉନ୍ ଓ ସଟଡାଉନ ଯୋଗୁଁ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି ସେବାୟତ । ମନ୍ଦିର ଖୋଲିବା ପାଇଁ ବାରମ୍ବାର ସରକାରଙ୍କୁ ନିବେଦନ କରାଯାଇଛି । ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହେଇସାରିଛୁ । କିନ୍ତୁ ସରକାର ଚୁପ୍ ବସିଛନ୍ତି । ମନ୍ଦିର ଖୋଲିବା ନିଷ୍ପତ୍ତିକୁ ସରକାର ଝୁଲାଇ ରଖିଛନ୍ତି । ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ମନ୍ଦିରଗୁଡିକ ଆଗରେ ସକାଳ ୯ଟାରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ । ଚୁପହୋଇ ବସିବେନି ସେବାୟତଙ୍କ ପରିବାର ସଦସ୍ୟମାନେ । ସେମାନେ ମଧ୍ୟ ଘର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜୁନ-୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ଦ ରହିଛି । କଟକଣା ଭିତରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେନାହିଁ ବୋଲି କହିଛନ୍ତି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ