Masthead

ରୋହିତ ଆଉଟ, ପାଣ୍ଡିଆ ନୂଆ କ୍ୟାପଟେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ରୋହିତଙ୍କୁ ପୁଣି ଏକ ଝଟକା। ଦିନିକିୟା ବିଶ୍ବକପ ପରାଜୟ ପରେ ଏବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଲାଗିଛି ପୁଣି ଏକ ଝଟକା । ଆଇପିଏଲ ୨୦୨୪ରେ ରୋହିତଙ୍କୁ ଆଉ ମୁମ୍ବାଇ ଇଣ୍ଡିଆନସର କ୍ୟାପଟେନ ଭାବେ ଦେଖିବାକୁ ମିଳିବ ନାହିଁ। ତାଙ୍କ ଜାଗାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ।

ଆଇପିଏଲ ଇତିହାସରେ ସବୁଠୁ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। ସେ ମୁମ୍ବାଇ ପକ୍ଷରୁ ୧୦ଟି ସିରିଜରେ ଅଧିନାୟକତ୍ବ କରିଥିବା ବେଳେ ୫ଟି ଆଇପିଏଲ ଟ୍ରଫି ଜିତିଛନ୍ତି। ଡିସେମ୍ବର ୧୯ରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେଇଛି ମୁମ୍ବାଇ। ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ଟ୍ରେଡ୍‌ କରି ଆଣିଥିଲା ମୁମ୍ବାଇ।

ହାର୍ଦ୍ଦିକ ମୁମ୍ବାଇକୁ ଆସିବା ପରଠାରୁ ତାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଆଜି ଏହି ଚର୍ଚ୍ଚାର ଅବସାନ ଘଟିଛି। ରୋହିତ ୨୦୧୩ରେ ପ୍ରଥମ ଥର ଅଧିନାୟକ ଭାବେ କାର୍ୟ୍ୟଭାର ତୁଲାଇଥିଲେ । ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ୧୫୮ଟି ମ୍ୟାଚ୍‌ ଖେଳିଥିବାବେଳେ ୮୭ଟି ବିଜୟ, ୬୭ଟି ମ୍ୟାଚ୍‌ରେ ପରାଜୟ ଓ ୪ଟି ମ୍ୟାଚ୍‌ ଡ୍ର’ ରହିଥିଲା। ଏହାସହ ରୋହିତଙ୍କୁ ଆଇପିଏଲ ଇତିହାସରେ ସବୁଠାରୁ ସଫଳ କ୍ୟାପ୍ଚେନ ବୋଲି ମଧ୍ୟ କୁହାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା! 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା!