Masthead

ବଡସାହି ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କୁ ବିରୋଧ

ବଡ଼ସାହି (ବଡ଼ ଖବର ବ୍ୟୁରୋ): ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଲେ କର୍ମୀ। ବଡସାହି ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କୁ ବିରୋଧ କରି ପ୍ରଚାର ବେଳେ ଗାଁରେ ପୂରାଇ ଦେଲେନି। ଶେଷରେ ଫେରିଗଲେ ବିଧାୟକ ପ୍ରାର୍ଥୀ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବ୍ଲକ ମହିଶାଶୋଳ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଦଳର ମହିଶାଶୋଳ ପଞ୍ଚାୟତ ସ୍ତରର ନେତାଙ୍କୁ ଅଣଦେଖା କରିବା ବଡ଼ସାହିର ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ରାଲିରେ ଯାଉଥିବା ବେଳେ ତାଙ୍କୁ ମହିଷାଶୋଳ ଛକରେ ବିଜେଡି ନେତା ଓ ଅନ୍ୟ କର୍ମୀମାନେ ତାଙ୍କୁ ଅଟକାଇଥିଲେ। କାହିଁକି ପଞ୍ଚାୟତ ସ୍ତରର ନେତା ଓ କର୍ମୀଙ୍କୁ ନ ପଚାରି ତଥା ସେମାନଙ୍କୁ ସାମିଲ ନ କରି କାର୍ଯ୍ୟକ୍ରମ କରୁଛ ବୋଲି ବିଜେଡି ପ୍ରାର୍ଥୀ ଅନୁସୂୟା ପାତ୍ର ଏବଂ ତାଙ୍କ ସ୍ଵାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ରଙ୍କୁ ପଚାରିଥିଲେ। କିଛି ସମୟ ଧରି ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ରାଲି ବନ୍ଦ ହୋଇଯାଇଥିଲା ଓ ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ର ସେଠାରୁ ଫେରିଯାଇଥିଲେ। ଏହି ଘଟଣା ନେଇ ବିଜେଡି କିମ୍ୱା ଦଳର ବଡ଼ସାହି ବିଧାୟକ ପ୍ରାର୍ଥୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା