Masthead

ମୋଦିଙ୍କ ଦାଣ୍ଡିଯାତ୍ରାରେ ଓଡ଼ିଆ ଯୁବକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇଂରେଜମାନଙ୍କ ଲବଣ ଆଇନ ମହାତ୍ମା ଗାନ୍ଧୀଙ୍କୁ ବହୁତ ବାଧିଥିଲା । ତାଙ୍କ ଡାକରାରେ ପ୍ରତିଟି ଭାରତୀୟ ଏକ ହୋଇଥିଲେ । ଅଖଣ୍ଡ ଭାରତର ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହୀମାନେ ସମୁଦ୍ରରୁ ଲୁଣ ମାରିଥିଲେ । ମାହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଶହ ଶହ ସତ୍ୟାଗ୍ରହୀ ଗୁଜରାଟର ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ । ୧୯୩୦ ମାର୍ଚ୍ଚ ୧୨ ତାରିଖ । ଏହି ଦିନ ଭାରତ ଇତିହାସରେ ମହାତ୍ମାଙ୍କ ଅହିଂସା ଆନ୍ଦୋଳନର ଆଉ ଏକ ଫର୍ଦ୍ଦ ଯୋଡି ଦେଇଥିଲା ।

ଲବଣ ସତ୍ୟାଗ୍ରହ, ଦାଣ୍ଡିଯାତ୍ରା ବା ଦାଣ୍ଡିସତ୍ୟାଗ୍ରହ । ସାବରମତୀଠାରୁ ଦୀର୍ଘ ୩୯୦ କିଲୋମିଟର ଦାଣ୍ଡି । ଆରବସାଗର କୂଳରେ ଥିବା ଦାଣ୍ଡି ପର୍ଯ୍ୟନ୍ତ ଯିବା ପାଇଁ ମାହାତ୍ମାଙ୍କ ସମେତ ତାଙ୍କ ଅନୁଗାମୀମାନଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା । ଶେଷରେ ହାର ମାନିଲା ଇଂରେଜ ସରକାର । ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ଭିତରେ ସତେଜ ହୋଇ ରହିଛି । ଆସନ୍ତା ଅଗଷ୍ଟ ୧୫ରେ ଭାରତ ପାଳନ କରିବ ସ୍ୱାଧୀନତାର ହୀରକ ଜୟନ୍ତୀ ।

Amrut Mahotsav of Independence will start in schools of Punjab from March 12ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାଣ୍ଡିଯାତ୍ରାର ସ୍କୃତିକୁ ପୁଣିଥରେ ସେୟାର କରିଛନ୍ତି । ମନେ ପକାଇଦେଇଛନ୍ତି ୧୯୩୦ ମାର୍ଚ୍ଚ ୧୨ର କଥା, ମହାତ୍ମା ଗାନ୍ଧୀଙ୍କ ବୀରତ୍ୱର ଗାଥା । ପିଏମ ମୋଦି ସାବରମତିରେ ପହଞ୍ଚି ଜାତିର ପିତା ସମ୍ମାନ ଜଣାଇ ଦାଣ୍ଡିଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ୭୮ ସ୍ୱେଚ୍ଛାସେବୀ ।

ଏହି ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ, ମୋତିବାସ ଦାସ । ତାଙ୍କ ବୟସ ମାତ୍ର ୨୦ । ବାଲେଶ୍ୱରର ମୋତିବାସ ସାବରମତି ଆଶ୍ରମରେ ରୁହନ୍ତି । ପିଏମ ମୋଦିଙ୍କ ଅମୃତ ମହୋତ୍ସବ ଯାତ୍ରାରେ ସାମିଲ ହୋଇ ମୋତିବାସ ନିଜକୁ ଧନ୍ୟ ମନେକରିଛନ୍ତି । ୨୪ଦିନରେ ସ୍ୱେଚ୍ଛାସେବୀମାନେ ୩୯୦ କିଲୋମିଟର ଅତିକ୍ରମ କରି ଦାଣ୍ଡିରେ ପହଞ୍ଚିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି