Masthead

ବାବୁଙ୍କ ଝିଅର ହଜିଲା ଜୋତା, ଖୋଜିଲେ ୩ ବିଭାଗ କର୍ମଚାରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଜୋତା ଖୋଜିଲେ ୩ ବିଭାଗ କର୍ମଚାରୀ । ମାସେ ଖୋଜିବା ପରେ ମିଳିଲା ଜୋତା । ଡିଆରଏମଙ୍କ ଝିଅ ବୋଲି ଜୋତା ଖୋଜିବାକୁ ଲାଗିଥିଲେ ରେଲୱେର ୩ ବିଭାଗର କର୍ମଚାରୀ । ସମ୍ବଲପୁର ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ବରେଲି ପର୍ଯ୍ୟନ୍ତ ଜୋତା ଖୋଜିଥିଲେ ଜିଆରପି, ଆରପିଏଫ ଓ ଆଇଆରସିଟିସି । ଗୋଟିଏ ମାସର ଖୋଜାଖୋଜି ପରେ ମିଳିଛି ଏହି ଦାମିକିଆ ଜୋତା । ଯାହାର ଦାମ ୧୦ ହଜାର ଟଙ୍କା । ଜୋତା ନେଇଥିବା ମହିଳା ଜଣଙ୍କ ହେଲେ ଜଣେ ଡାକ୍ତର । ସୂଚନା ଅନୁସାରେ ମହିଳା ଡାକ୍ତର ଏବଂ ଡିଆରଏମଙ୍କ ଝିଅ ଗୋଟିଏ ଟ୍ରେନରେ ଯାତ୍ରା କରୁଥିଲେ । ବରେଲିରେ ଓହ୍ଲାଇବାବେଳେ ଭୁଲବଶତଃ ଡିଆରଏମଙ୍କ ଝିଅର ଜୋତା ନେଇଯାଇଥିଲେ ।

ଜୋତାଟି ସମ୍ବଲପୁର ଡିଆରଏମ ଭିନିତ ସିଂହଙ୍କ ଝିଅର ଥିଲା । ଯାହାକୁ ନେଇ ସେ ସମ୍ବଲପୁର ଜିଆରପି ଥାନାରେ ଏତଲା ଦେଇଥିଲେ । ପରେ ସମ୍ବଲପୁର ଜିଆରପି ଏହି ଚୋରି ମାମଲାକୁ ବରେଲି ଜିଆରପକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ଜୋତା ଖୋଜିବାକୁ ୨ ଡିଭିଜନ ଜିଆରପି, ଆରପିଏଫ ଏବଂ ଆଇଆରସିଟିସି କର୍ମଚାରୀ ଲାଗିପଡ଼ିଥିଲେ । ପରେ ସେ ଜଣେ ଡାକ୍ତର ମହିଳାଙ୍କ ଠାରୁ ଜୋତା ଉଦ୍ଧାର କରିଥିଲେ । ଉକ୍ତ ମହିଳା ଜଣକ ତରବରିଆଭାବେ ଭୁଲରେ ତାଙ୍କ ଜୋତା ନେଇଥିବା ସେ କହିଛନ୍ତି । ସେପଟେ ଜିଆରପିଙ୍କ କାମକୁ ନେଇ ଉଠିଛି ପ୍ରଶ୍ନ । ଅନ୍ରପଟେ ଡିଆରଏମଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି ଉତ୍ତର ରଖିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା