Masthead

୧୧ଦିନରେ ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ):୧୧ଦିନରେ ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଠାରେ ଥିବା ଦ୍ୱିତୀୟ ଚିଲିକାରେ ରେଙ୍ଗାଳି ବୁଡ଼ି ବିସ୍ଥାପିତ ମାନେ ନିଜର ସାତ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଆଜକୁ ଏଗାର ଦିନ ବିତି ଯାଇଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କୌଣସି ସମସ୍ୟା ଭିତ୍ତିକ ଆଲୋଚନା ହୋଇନାହିଁ । ଏହା ସହିତ ଦୀର୍ଘ ଏଗାର ଦିନ ଧରି ଜଳ ଭିତରେ ରହି ସମସ୍ତଙ୍କ ଶରୀର ଧିରେ ଧିରେ ଅସୁସ୍ଥ ହେବାରେ ଲାଗିଛି । ଯଦି ଆଗାମୀ ଦୁଇଦିନ ମଧ୍ୟରେ ସରକାର କୌଣସି ନିଷ୍ପତି ନନିଅନ୍ତି ତାହାଲେ ୧୩ ତାରିଖ ଦିନ ସମସ୍ତେ ଜଳ ଭିତରେ ଜଳ ସମାଧି ନେବେ ବୋଲି ସଂଘର ସଭାପତି ସନ୍ତୋଷ କୁମାର ଦେହୁରୀ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟପାଳ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଯାଇଛି ବୋଲି ବିଜେପି କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାସ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌