Before Header

ଅଭିଯୋଗ କରିବାକୁ ଯାଇ ଗିରଫ ହେଲେ ମହିଳା

0 385

କଟକ(ବଡ଼ ଖବର ବ୍ୟୁରୋ): ଅଭିଯୋଗ କରିବାକୁ ଯାଇ ଗିରଫ ହେଲେ ମହିଳା । ଡିଜିଙ୍କୁ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ କୋର୍ଟଚାଲାଣ କଲା ପୋଲିସ । ମାତ୍ର କୋର୍ଟ ମହିଳାଙ୍କୁ ଜାମିନ ଦେଇଛନ୍ତି । ଯାଜପୁରର ମହିଳା ସରସ୍ୱତୀ ସାହୁ ନିଜର ସମସ୍ୟା ନେଇ ଡିଜିଙ୍କୁ ଭେଟିବାକୁ ଆସିଥିଲେ । କିନ୍ତୁ ନିଜ ସମସ୍ୟା ଜଣାଇବାରେ ବିଫଳ ହେବାରୁ କ୍ଷୋଭ ପ୍ରକାଶ କରିଥିଲେ । ପୋଲିସ ତାଙ୍କୁ କାବୁ କରି କ୍ୟାଣ୍ଟନମେଣ୍ଟ ଥାନାକୁ ନେଇ ଯାଇଥିଲେ । ସେଠାରେ ସେ ଏଭଳି ଘଟଣାର ପ୍ରତିବାଦ କରିବାରୁ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରି ଜେଏମଏଫସି-୨ କୋର୍ଟରେ ହାଜର କରିଥିଲେ । ମହିଳାଙ୍କ ସହିତ କୋର୍ଟକୁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବି ଯାଇଥିଲେ । ଏଭଳି ଘଟଣାରେ ପୋଲିସ ହଟହଟା ହୋଇଥିବା କୁହାଯାଉଛି ।

 

Leave A Reply

Your email address will not be published.