Masthead

ତଦନ୍ତ କରିବାକୁ ଯାଇ ପୋଲିସ ହଟହଟା

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ତଦନ୍ତ କରିବାକୁ ଯାଇ ପୋଲିସ ହଟହଟା। ଜମିଜମା ବିବାଦର ତଦନ୍ତ ପାଇଁ ଯାଇଥିବା ପୋଲିସ ଅପଦସ୍ଥ ହୋଇଛି। ପୋଲିସ ଆଗରେ ମାରପିଟ ହେବା ସହ ପୋଲିସ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପରମାନନ୍ଦପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ଗାଁର ମୁକୁନ୍ଦ ନାୟକ ଓ ଉପେନ୍ଦ୍ର ନାୟକଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମି ବିବାଦ ଲାଗିରହିଥିଲା। ଏନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲସ ତଦନ୍ତ ପାଇଁ ଗାଁକୁ ଯାଇଥିଲା।

ଭିଡିଓରେ ଦେଖାଯାଉଥିବା ଘଟଣା ଅନୁଯାୟୀ ଉପେନ୍ଦ୍ରଙ୍କ ପରିବାର ଲୋକେ ପୋଲିସ ଗାଡ଼ିକୁ ଅଟକାଇଥିଲେ। ପୋଲିସ ଉପସ୍ଥିତିରେ ମକୁନ୍ଦଙ୍କ ପରିବାର ଲୋକେ ଉପେନ୍ଦ୍ରଙ୍କ ଝିଅକୁ ପୋଲିସ ଆଗରେ ମାଡ଼ ମାରିଥିଲେ। ପରେ ପୋଲିସ ମଧ୍ୟ କିଛି ଲୋକଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଉପେନ୍ଦ୍ରଙ୍କ ପରିବାର ଲୋକେ ଏ ନେଇ ବାଲେଶ୍ୱର ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା