Masthead

ତଦନ୍ତ କରିବାକୁ ଯାଇ ପୋଲିସ ହଟହଟା

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ତଦନ୍ତ କରିବାକୁ ଯାଇ ପୋଲିସ ହଟହଟା। ଜମିଜମା ବିବାଦର ତଦନ୍ତ ପାଇଁ ଯାଇଥିବା ପୋଲିସ ଅପଦସ୍ଥ ହୋଇଛି। ପୋଲିସ ଆଗରେ ମାରପିଟ ହେବା ସହ ପୋଲିସ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପରମାନନ୍ଦପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ଗାଁର ମୁକୁନ୍ଦ ନାୟକ ଓ ଉପେନ୍ଦ୍ର ନାୟକଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମି ବିବାଦ ଲାଗିରହିଥିଲା। ଏନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲସ ତଦନ୍ତ ପାଇଁ ଗାଁକୁ ଯାଇଥିଲା।

ଭିଡିଓରେ ଦେଖାଯାଉଥିବା ଘଟଣା ଅନୁଯାୟୀ ଉପେନ୍ଦ୍ରଙ୍କ ପରିବାର ଲୋକେ ପୋଲିସ ଗାଡ଼ିକୁ ଅଟକାଇଥିଲେ। ପୋଲିସ ଉପସ୍ଥିତିରେ ମକୁନ୍ଦଙ୍କ ପରିବାର ଲୋକେ ଉପେନ୍ଦ୍ରଙ୍କ ଝିଅକୁ ପୋଲିସ ଆଗରେ ମାଡ଼ ମାରିଥିଲେ। ପରେ ପୋଲିସ ମଧ୍ୟ କିଛି ଲୋକଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଉପେନ୍ଦ୍ରଙ୍କ ପରିବାର ଲୋକେ ଏ ନେଇ ବାଲେଶ୍ୱର ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ