Masthead

ବିକାଶ! ଆଉ କେତେ ଦିନ?

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ଯୋଜନା ପରେ ଯୋଜନା। ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ତୃଣମୂଳ ସ୍ତରରେ ବାସ୍ତବ ଚିତ୍ର ଯେମିତିକୁ ସେମିତି। ସରକାରଙ୍କ ଗାଁ ବିକାଶ ନାରା କଥାରେ ହିଁ ରହିଯାଇଛି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଲୋକେ ମୌଳିକ ସୁବିଧା ଦେଖିପାରିନାହାନ୍ତି। ଗାଁ ବିକାଶର ଚିତ୍ର ଦେଖିଲେ ଲାଗୁଛି, ଏତେ ସବୁ ଯୋଜନା କାହା ପାଇଁ?

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢୀ ପଞ୍ଚାୟତର ବଣି, ପ୍ରଧାନପଡ଼ା, ମଣ୍ଡଳା, ଟିକିତଇଲା ଏସବୁ ଗାଁରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ବାସ କରନ୍ତି। ସେହିଭଳି କନ୍ଧମାଳ ଜିଲ୍ଲା କଖାରୁଖୋଲ ପଞ୍ଚାୟତର କାବଟି, ତିଳା, ଗଡ଼ପଦର, ଲାକିଡ଼ିକିଆ, ଘଡ଼ୁକାପଦର, ବୁଦୁକାଖୋଲ ଗାଁର ବିକାଶ ପ୍ରତି ପ୍ରତିବନ୍ଧକ ସାଜିଛି ବୃତଙ୍ଗ ନଦୀ। କୁଜାମେଣ୍ଢୀ-ବଣି ମୁଖ୍ୟ ରାସ୍ତାରେ ଥିବା ବୃତଙ୍ଗ ନଦୀ ଲୋକଙ୍କ ପାଇଁ ବାଧକ ସାଜିଛି। ଦୀର୍ଘଦିନ ଧରି ପୋଲ ନିର୍ମାଣ ଦାବି ଉଠୁଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ କାନରେ ପଡ଼ିନାହିଁ। ପିଲାଠୁ ବୁଢ଼ା ସମସ୍ତେ ଭରା ନଈ ପାର ହୋଇ ଯିବାଆସିବା କରୁଛନ୍ତି। ଏହି ଅଞ୍ଚଳରେ ବାସ କରୁଥିବା ଲୋକେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀଠୁ ଆରମ୍ଭ କରି ରୋଗୀସେବା ପାଇଁ ରସ ହଣ୍ଡା କିମ୍ବା ମୋଟର ବୋଟ ସାହାଯ୍ୟରେ ନଦୀ ପାର ହୁଅନ୍ତି।

ଅଞ୍ଚଳବାସୀ ଏ ନେଇ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, ଧାରଣାରେ ବସିଛନ୍ତ, ଚେତାବନୀ ବି ଦେଇଛନ୍ତି। ହେଲେ ପ୍ରଶାସନ ଆଖି ବୁଜିଦେଇଛି। ବିଭିନ୍ନ କାରଣ ଦର୍ଶାଇ ସରକାରୀ ଅଧିକାରୀମାନେ ବୃତଙ୍ଗ ନଦୀ ପୋଲ ନିର୍ମାଣକୁ ଏଡ଼ାଇ ଚାଲିଛନ୍ତି। ଆଉ କେତେ ଦିନ ଅଞ୍ଚଳବାସୀ ଭରା ଦନୀ ପାର ହେଲେ ପ୍ରଶାସନର ଦୃଷ୍ଟି ପଡ଼ିବ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ