Masthead

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି

ପୁରୀ (ବଡ଼ ଖବର ବ୍ୟୁରୋ):  ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ଚାଲୁ ରହିବ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ, ବଳରାମଙ୍କୁ ।ମଙ୍ଗଳବାର ଧନୁସଂକ୍ରାନ୍ତି ଠାରୁ ବଡ଼ଦେଉଳରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଆରମ୍ଭ ହେଉଛି ।

ଆସନ୍ତା ମାସ ମକର ସଂକ୍ରାନ୍ତି ପୂର୍ବ ଦିନ ମାସାନ୍ତ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନୀତି ଚାଲିବ । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେବ ଠାକୁରଙ୍କ ପହିଲି ଭୋଗ । ସୋମବାର କୋଠଭୋଗ ରୋଷଘରେ ନୂଆ ଚୁଲି ପ୍ରସ୍ତୁତ ହୋଇ ରହଛି । ମହାସୁଆରମାନେ ଏହାକୁ ତିଆରିଛନ୍ତି ।ପହିଲି ଭୋଗରେ ବିରି, ଗହମ ଓ ଗୁଆଘିଅରେ ତିଆରି ପିଠାମାନ ଠାକୁରଙ୍କୁ ପୂଜା ହେବ । ମହାପ୍ରଭୁଙ୍କ ବରିଷ୍ଠ ସେବକ ତଥା ଶ୍ରୀମନ୍ଦିର ଦେଉଳକରଣ ପିଠା ଚିଠା ବଡ଼ୁସୁଆରଙ୍କୁ ଦେଇଥାନ୍ତି । ସେହି ଅନୁସାରେ ପିଠା ସବୁ ତିଆରି ହୋଇ ଠାକୁରଙ୍କୁ ପହିଲି ଭୋଗ ଅର୍ପଣ କରାଯିବାର ପରମ୍ପରା ରହିଛି । ପବିତ୍ର ଧନୁସଂକ୍ରାନ୍ତି ଅବସରରେ ଠାକୁରଙ୍କ ଧନୁମୁଆଁ ମଧ୍ୟ ଭୋଗ ଲଗାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ