Before Header

ଜିପିଏସ୍ ଦେଖାଇଲା ଭୁଲ ରାସ୍ତା, ୨ ଯୁବ ଡାକ୍ତରଙ୍କ ମୃତ୍ୟୁ

0 122

କେରଳ(ବଡ଼ ଖବର ବ୍ୟୁରୋ): ସାଧାରଣତଃ କୌଣସି ଅଜଣା ସ୍ଥାନକୁ ଗଲେ ସମସସ୍ତେ ଗୁଗୁଲ ମ୍ୟାପର ସହାୟତା ନିଅନ୍ତି । କିନ୍ତୁ ବେଳେବେଳେ ଏହି ଜିପିଏସ୍ ଭୁଲ ରାସ୍ତା ଦେଖାଏ ଯାଦ୍ୱାରା ଆମେ ଯାଉ ଭୁଲ ସ୍ଥାନରେ ପହଞ୍ଚିଥାଉ । କିନ୍ତୁ ଜିପିଏସ୍ ଭୁଲ ରାସ୍ତା ଦେଖାଇ ଦୁଇଜଣଙ୍କର ଜୀବନ ନେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାରୁ ପ୍ରକାଶ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ୫ ଜଣ ଯୁବ ଡାକ୍ତର ରାତି ପ୍ରାୟ ୧୨.୩୦ ସମୟରେ ସପିଂ କରି ଘରକୁ ଫେରୁଥିଲେ ।

ଅନ୍ଧାର ଥିବା ଯୋଗୁ ରାସ୍ତାରେ ପାଣି ଜମି ଯାଇଥିଲା । ଜିପିଏସ ଅନ କରି ଜିପିଏସ ଦେଖାଉଥିବା ରାସ୍ତାରେ ସେମାନେ ଗାଡି ଚଲାଉଥିଲେ । କିଛିବାଟ ଯିବା ପରେ କାରଟି ରାସ୍ତା ପରିବର୍ତ୍ତେ ନଦୀରେ ପଡିଯାଇଥିଲା । କାରଟି ନଦୀରେ ପଡିବା ପରେ କାରଭିତରୁ ୩ ଜଣ ଡାକ୍ତର ବାହାରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଅନ୍ୟଦୁଇ ଡାକ୍ତର ଅଭିତ ଏବଂ ଆଜମଲ ଅସିଫ କାର ଭିତରୁ ବାହାରିପାରି ନଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.