Masthead

ଆଜିଠୁ ଏସିଆ କପ୍, ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଏସିଆ କପ୍‌ କ୍ରିକେଟ୍‌ ଆଜିଠୁ ଆରମ୍ଭ ହେବ । ମୁଲତାନରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଅତିକମ୍‌ରେ ୩ଟି ଭାରତ ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ମିଳିବ। ୨ରେ ପାକିସ୍ତାନ ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ଭାରତ ।

ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ । କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାଚ୍‌ ବେଳକୁ ‌କିପରି ସ୍ଥିତି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ । ତଥାପି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶ୍ରେୟାସ ଖେଳିବା ସମ୍ଭାବନା ରହିଛି । କେବଳ ଅପେକ୍ଷା ମ୍ୟାଚ୍‌କୁ ହେବ । ସେହିପରି ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ମଧ୍ୟ ଦଳ ଧ୍ୟାନ ଦେବ । ଭାରତ ଏସିଆ କପରେ ୭ଥର ଜିତି ସାରିଥିବା ବେଳେ ୮ମ ଥର କପ ହାତେଇବାକୁ ଚେଷ୍ଟା କରିବ ।

୬ଥର ଶ୍ରୀଲଙ୍କା ଓ ୨ଥର ପାକିସ୍ତାନ ଚାମ୍ପିୟନ ହୋଇଛି । ଚଳିତ ଏସିଆ କପରେ ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ, ନେପାଳ ଓ ବି ରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ । ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ