Before Header

ହଷ୍ଟେଲରେ ପିଲା ରହିବା ପାଇଁ ଅନୁମତି ଦିଆଯାଇଥିଲା କି ?: ମୋହନ ମାଝୀ

0 59

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ନିଶ୍ଚିନ୍ତପୁର ଘରୋଇ ଆବାସିକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ୩ ପିଲାଙ୍କର ମୃତ୍ୟୁ ପ୍ରସଙ୍ଗ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ୧୫ ବର୍ଷ ହେବ ବେଆଇନ କୋଚିଂ ସେଣ୍ଟର ଖୋଲିଲାଣି, ସୁରକ୍ଷା ବିହୀନ କୋଚିଂ ସେଣ୍ଟର । ଚିତି ସାପ କାମୁଡି ପିଲାଙ୍କର ମୃତ୍ୟୁ ହୋଇଛି । ବିଜେପି ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ନେତୃତ୍ୱରେ ଏକ ପ୍ରତିନିଧି ଦଳ ସରଜମୀନ ତଦନ୍ତ ପାଇଁ ଯାଇଥିଲେ । ଛାତ୍ରଛାତ୍ରୀମାନେ ବର୍ଷ ତମାମ ସେଠାରେ କୋଚିଂ ନିଅନ୍ତି । ୪୦ରୁ ୫୦ କିମି ଦୂରରୁ ପିଲା ସେଠାକୁ ଆସି କୋଚିଂ ନିଅନ୍ତି ଏବଂ ୪୦ କିମି ଦୂରରେ ହଷ୍ଟେଲରେ ରୁହନ୍ତି । ବର୍ଷକୁ ୨୦ ହାଜର ଲେଖାଏଁ ଫିସ୍ ଦେଉଥିଲେ । ସେ ପ୍ରଶ୍ନ କରିଛନ୍ତି

• କେଉଁଝର ଜିଲ୍ଲା ନିଶ୍ଚିନ୍ତପୁର ଗାଁରେ କୋଚିଂ ସେଣ୍ଟର ପଞ୍ଜୀକୃତ ହୋଇଛି କି ?
• ହଷ୍ଟେଲରେ ପିଲା ରହିବା ପାଇଁ ଅନୁମତି ଦିଆଯାଇଥିଲା କି ?
• ଖଗେଶ୍ବର ମହାନ୍ତ କାହା ସହଯୋଗରେ ପିଲା ମାନଙ୍କ ଠାରୁ ୨୦ ହାଜର ଟଙ୍କା ଲେଖାଏଁ ନେଇ ଅସୁରକ୍ଷିତ ଭାବେ ପାଠ ପଢ଼ାଉଥିଲେ ?
• କେଉଁ ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ଚାଲୁଥିଲା କୋଚିଂ ସେଣ୍ଟର ?
• ରାଜ୍ୟରେ ଏମିତି ଅନେକ କୋଚିଂ ସେଣ୍ଟର ବେଆଇନ ଭାବେ ଚାଲିଛି, ସରକାର କରୁଛନ୍ତି କ’ଣ ?
• ୫ଟି ସ୍କୁଲ ବା ସ୍ମାର୍ଟ ସ୍କୁଲ ଗୁଡ଼ିକରେ ପାଠ ପଢ଼ାଯାଉଛି କି ନାହିଁ ?
• ଯଦି ପଢା ହେଉଛି ତେବେ ହଜାର ହଜାର ପିଲା ୫ଟି ସ୍କୁଲ ଛାଡ଼ି ପ୍ରାଇଭେଟ୍ କୋଚିଂରେ ପଢୁଛନ୍ତି କାହିଁକି ?
• ନୟାଗଡ଼ରେ ୫ଟି ସ୍କୁଲ ଅଛି କିନ୍ତୁ ସେଠାରେ ନପଢ଼ି ପିଲା କାହିଁକି ୪୦ କିମି ଦୂରରେ ଥିବା କୋଚିଂ ସେଣ୍ଟରରେ ପଢୁଥିଲେ ?
• ସ୍କୁଲ ନଯାଇ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କିଏ ଖାଉଛି ?
ଗତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ପ୍ରାୟ ଦଶ ହଜାର କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ ମିଳିଛି । ୨ ହାଜର ୬୭୪ ପ୍ରାଥମିକ ସ୍କୁଲ କେନ୍ଦୁଝର ଜିଲ୍ଲାରେ ଅଛି । ଭିତ୍ତିଭୂମି ଅଭାବ ସତ୍ତ୍ୱେ କେମିତି ଖୋଲା ଯାଉଛି ୫ଟି ସ୍କୁଲ ?

ସେ ଆହୁରି ମଧ୍ୟ କହିଛନ୍ତି ସବୁଜ ରଙ୍ଗ ମାରି ଦେଇ ୫ଟି ସ୍କୁଲ କହି ଦିଆଯାଉଛି । ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର । ରାଜ୍ୟର ଶିକ୍ଷା ବ୍ୟବସ୍ଥା ବହୁତ ତଳେ ଅଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ରାଜ୍ୟ ସରକାର ଏ ନେଇ ପଦକ୍ଷେପ ନେବେ କି ? ତୁରନ୍ତ ପଦକ୍ଷେପ ନେବାକୁ ବିଜେପିର ଦାବି କରିଛି । ଯଦି ପଦକ୍ଷେପ ନନିଆଯାଏ ବିଜେପି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.