https://youtu.be/ZBmocyBlsMg
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ଏପର୍ଯ୍ୟନ୍ତ ଏହି ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦଲ ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି । କହିଛନ୍ତି ଯେ ଇରାନ ବାଲୁଚିସ୍ତାନରେ ନିଜର ଯୋଦ୍ଧାର ଘରକୁ ଟାର୍ଗେଟ କରିଛି। ଏହାର ଅର୍ଥ ହେଉଛି ଆତଙ୍କବାଦୀ ସଂଗଠନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବାଲୁଚିସ୍ତାନରେ ଏହାର ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି।
ନିଜ ଦେଶର ସାର୍ବଭୌମତ ଉପରେ ଏପରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗର ଅନେକ ବିକଳ୍ପ ଥାଇ ମଧ୍ୟ ଇରାନ ଏଭଳି ପଦକ୍ଷେପ ନେଇଛି । ପାକିସ୍ତାନ ମାଟିରେ ଇରାନର ଏଭଳି ଷ୍ଟ୍ରାଇକ ଏବଂ ବାୟୁସୀମା ଉଲ୍ଲଙ୍ଘନକୁ ଆମେ କଡ଼ା ନିନ୍ଦା କରୁଛୁ । ଏହାର ପରିଣାମ ଖୁବ୍ ଭୟଙ୍କର ହେବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।
ପାକିସ୍ତାନ ଆତଙ୍କବାଦୀଙ୍କୁ ନିରନ୍ତର ଆଶ୍ରୟ ଯୋଗାଉଛି ଏବଂ ପାକିସ୍ତାନର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ତାଲିମ ଶିବିର ଚାଲିଛି। ଭାରତ ପରେ ବର୍ତ୍ତମାନ ଇରାନ ମଧ୍ୟ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି। ଇରାନ ମଙ୍ଗଳବାର ପାକିସ୍ତାନର ବାଲୁଚିସ୍ତାନରେ କାର୍ୟ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦଲଙ୍କ ଆଧାର ଉପରେ ଆକ୍ରମଣ କରିଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ ତୁର୍ବତ ଏବଂ ପଞ୍ଚକୁରରେ ଅବସ୍ଥିତ ଆତଙ୍କବାଦୀ ଶିବିରରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆତଙ୍କବାଦୀ ଶିବିର ବାଲୁଚିସ୍ତାନର ପାକିସ୍ତାନ ସୀମାଠାରୁ ୧୨୨ କିଲୋମିଟର ଦୂରରେ ଅବସ୍ଥିତ ।