Masthead

କଂସ ମହାରାଜଙ୍କ ଚାଲିଛି ନଗର ଭ୍ରମଣ, କାରଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ

 

ବରଗଡ଼(ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ଼ । ଶ୍ରୀକୃଷ୍ଣ ଜନ୍ମ କାହାଣୀକୁ ନେଇ ଆୟୋଜିତ ହେଉଥିବା ଧନୁଯାତ୍ରାରରେ ମହାରାଜା କଂସଙ୍କ ବଢୁଛି ଅତ୍ୟାଚାର । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଗତକାଲି ଅଭିନୀତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମ । ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି । ବାଟରେ ଉଗ୍ରସେନଙ୍କ ସହିତ ଦେଖା ହୋଇଛି । ମୃତ୍ୟୁ ଭୟରୁ ବାହାରି ପାରୁ ନାହାନ୍ତି ମହାରାଜା କଂସ । ଭଉଣୀ ଦେବକୀଙ୍କ ଗର୍ଭରୁ ଜାତ ୬ ଶିଶୁଙ୍କୁ ହତ୍ୟା ପରେ ମଧ୍ୟ ମଉଳିନି ରାକ୍ଷସ ପ୍ରବୃତ୍ତି । ବରଗଡ଼ ଧନୁଯାତ୍ରାର ଆଜି ତୃତୀୟ ଦିନରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ ।

ଏହାସହ ରାଜ ଦରବାରରେ କଂସର ମନ୍ତ୍ରଣା, ନାରଦଙ୍କ ଉପଦେଶ ପରେ ଷଡମଲ୍ଲକୁ ଆବାହନ କରି ଗୋପକୁ ପ୍ରେରଣ କରିବ କଂସାସୁର । ସେପଟେ ବସୁଦେବ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଛାଡ଼ି ଆସିବା ପରେ ସକାଳୁ ସକାଳୁ ଗୋପରେ ଆରମ୍ଭ ହୋଇଛି ଉତ୍ସବ । ଆଜି ଗୋପପୁରରେ ନନ୍ଦ ଦରବାର ଉଦଘାଟନ ସହ ନନ୍ଦ ଉତ୍ସବ ଓ ନଗର ସଂକୀର୍ତ୍ତନ ମଞ୍ଚସ୍ଥ ହେବ । ଗତକାଲି କାରାଗାରରେ କୃଷ୍ଣ ଜନ୍ମ ପରେ ତାଙ୍କୁ ନେଇ ଗୋପରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ଆସିଥିଲେ ବସୁଦେବ । ଏହାସହ କଂସ ରଙ୍ଗମହଲ ଉଦଘାଟନ, କଂସ ମହାରାଜାଙ୍କ ନଗର ଭ୍ରମଣ ଦୃଶ୍ୟ ଅଭିନିତ ହୋଇଥିଲା । ଦୁଇଦିନ ହେଲା ମଥୁର ସାଜିଥିବା ବରଗଡ଼ରେ ବିଭିନ୍ନ ଦୃଶ୍ୟ ଅଭିନିତ ହୋଇଥିବେଳେ ଆଜିଠାରୁ ଗୋପପୁର ସାଜିଥିବା ଅମ୍ବାପାଲିରେ ଆରମ୍ଭ ହେବ କୃଷ୍ଣଲୀଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ