କଂସ ମହାରାଜଙ୍କ ଚାଲିଛି ନଗର ଭ୍ରମଣ, କାରଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ

 

ବରଗଡ଼(ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ଼ । ଶ୍ରୀକୃଷ୍ଣ ଜନ୍ମ କାହାଣୀକୁ ନେଇ ଆୟୋଜିତ ହେଉଥିବା ଧନୁଯାତ୍ରାରରେ ମହାରାଜା କଂସଙ୍କ ବଢୁଛି ଅତ୍ୟାଚାର । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଗତକାଲି ଅଭିନୀତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମ । ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି । ବାଟରେ ଉଗ୍ରସେନଙ୍କ ସହିତ ଦେଖା ହୋଇଛି । ମୃତ୍ୟୁ ଭୟରୁ ବାହାରି ପାରୁ ନାହାନ୍ତି ମହାରାଜା କଂସ । ଭଉଣୀ ଦେବକୀଙ୍କ ଗର୍ଭରୁ ଜାତ ୬ ଶିଶୁଙ୍କୁ ହତ୍ୟା ପରେ ମଧ୍ୟ ମଉଳିନି ରାକ୍ଷସ ପ୍ରବୃତ୍ତି । ବରଗଡ଼ ଧନୁଯାତ୍ରାର ଆଜି ତୃତୀୟ ଦିନରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ ।

ଏହାସହ ରାଜ ଦରବାରରେ କଂସର ମନ୍ତ୍ରଣା, ନାରଦଙ୍କ ଉପଦେଶ ପରେ ଷଡମଲ୍ଲକୁ ଆବାହନ କରି ଗୋପକୁ ପ୍ରେରଣ କରିବ କଂସାସୁର । ସେପଟେ ବସୁଦେବ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଛାଡ଼ି ଆସିବା ପରେ ସକାଳୁ ସକାଳୁ ଗୋପରେ ଆରମ୍ଭ ହୋଇଛି ଉତ୍ସବ । ଆଜି ଗୋପପୁରରେ ନନ୍ଦ ଦରବାର ଉଦଘାଟନ ସହ ନନ୍ଦ ଉତ୍ସବ ଓ ନଗର ସଂକୀର୍ତ୍ତନ ମଞ୍ଚସ୍ଥ ହେବ । ଗତକାଲି କାରାଗାରରେ କୃଷ୍ଣ ଜନ୍ମ ପରେ ତାଙ୍କୁ ନେଇ ଗୋପରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ଆସିଥିଲେ ବସୁଦେବ । ଏହାସହ କଂସ ରଙ୍ଗମହଲ ଉଦଘାଟନ, କଂସ ମହାରାଜାଙ୍କ ନଗର ଭ୍ରମଣ ଦୃଶ୍ୟ ଅଭିନିତ ହୋଇଥିଲା । ଦୁଇଦିନ ହେଲା ମଥୁର ସାଜିଥିବା ବରଗଡ଼ରେ ବିଭିନ୍ନ ଦୃଶ୍ୟ ଅଭିନିତ ହୋଇଥିବେଳେ ଆଜିଠାରୁ ଗୋପପୁର ସାଜିଥିବା ଅମ୍ବାପାଲିରେ ଆରମ୍ଭ ହେବ କୃଷ୍ଣଲୀଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ