Masthead

ପାକିସ୍ତାନକୁ ହରାଇଲା ଜିମ୍ବାଓ୍ବେ

ରାୱଲପିଣ୍ଡି, (ବଡ଼ ଖବର ବ୍ୟୁରୋ): ପାକିସ୍ତାନ- ଜିମ୍ବାୱେ ଦିନିକିଆ ସିରିଜରେ ବଡ଼ ଓଲଟଫେର । ସୁପର ଓଭରର ସୁପର ସୋ’ରେ ପାକିସ୍ତାନକୁ ମାତ୍ ଦେଇଛି ଜିମ୍ବାୱେ । ସିରିଜର ଶେଷ ମ୍ୟାଚରେ ରୋମାଞ୍ଚକର ଜିମ୍ବାୱେ ତାର କ୍ରମାଗତ ପରାଜୟ ଧାରାକୁ ମଧ୍ୟ ଭାଙ୍ଗିଛି।
ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ଜିତି ଥିବା ପାକିସ୍ତାନ ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଜିମ୍ବାୱେ। ସେନ୍ ୱିଲିୟମସ୍ ଓ ଵ୍ରଣ୍ଡୋମ୍ ଟେଲରଙ୍କ ଦମଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୭୮ ରନ କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ହସିନୈନି ୫ ୱିକେଟ୍ ନେଇଥିଲେ।
୨୭୯ ରନର ପିଛା କରୁଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୯
ୱିକେଟ୍ ହରାଇ ୨୭୮ ରନ କରି ମ୍ୟାଚକୁ ଡ୍ର କରିଥିଲା । ଦଳ ପକ୍ଷରୁ ବାବର ଆଜମ୍ ଶତକ ହାସଲ କରିଥିଲେ। ଜିମ୍ବାୱେ ପକ୍ଷରୁ ବ୍ଲେସିଂ ମୁଜାରାବନୀ ୫ଟି ୱିକେଟ୍ ନେଇଥିଲେ। ମ୍ୟାଚ ଡ୍ର ହେବା ପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ଜିମ୍ବାୱେ ପକ୍ଷରୁ ବୋଲିଂ କରିବାକୁ ଆସିଥିଲେ ବ୍ଲେସିଂ ମୁଜାରାବନୀ । ତାଙ୍କ ଚମତ୍କାର ବୋଲିଂ ବଳରେ ପାକିସ୍ତାନ ମାତ୍ର ଦୁଇ ରନ କରି ଦୁଇଟି ୱିକେଟ୍ ହରାଇଥିଲା। ୩ ରନର ବିଜୟ ଲକ୍ଷ୍ୟକୁ ଜିମ୍ବାୱେ ପ୍ରଥମ ତିନୋଟି ବଲରେ ହାସଲ କରିନେଇଥିଲେ। ଏହା ସହ କ୍ରିକେଟ ଇତିହାସ ଦେଖିଥିଲା ଆଉ ଏକ ରୋମାଞ୍ଚକର ମ୍ୟାଚ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼