ପାକିସ୍ତାନକୁ ହରାଇଲା ଜିମ୍ବାଓ୍ବେ

ରାୱଲପିଣ୍ଡି, (ବଡ଼ ଖବର ବ୍ୟୁରୋ): ପାକିସ୍ତାନ- ଜିମ୍ବାୱେ ଦିନିକିଆ ସିରିଜରେ ବଡ଼ ଓଲଟଫେର । ସୁପର ଓଭରର ସୁପର ସୋ’ରେ ପାକିସ୍ତାନକୁ ମାତ୍ ଦେଇଛି ଜିମ୍ବାୱେ । ସିରିଜର ଶେଷ ମ୍ୟାଚରେ ରୋମାଞ୍ଚକର ଜିମ୍ବାୱେ ତାର କ୍ରମାଗତ ପରାଜୟ ଧାରାକୁ ମଧ୍ୟ ଭାଙ୍ଗିଛି।
ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ଜିତି ଥିବା ପାକିସ୍ତାନ ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଜିମ୍ବାୱେ। ସେନ୍ ୱିଲିୟମସ୍ ଓ ଵ୍ରଣ୍ଡୋମ୍ ଟେଲରଙ୍କ ଦମଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୭୮ ରନ କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ହସିନୈନି ୫ ୱିକେଟ୍ ନେଇଥିଲେ।
୨୭୯ ରନର ପିଛା କରୁଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୯
ୱିକେଟ୍ ହରାଇ ୨୭୮ ରନ କରି ମ୍ୟାଚକୁ ଡ୍ର କରିଥିଲା । ଦଳ ପକ୍ଷରୁ ବାବର ଆଜମ୍ ଶତକ ହାସଲ କରିଥିଲେ। ଜିମ୍ବାୱେ ପକ୍ଷରୁ ବ୍ଲେସିଂ ମୁଜାରାବନୀ ୫ଟି ୱିକେଟ୍ ନେଇଥିଲେ। ମ୍ୟାଚ ଡ୍ର ହେବା ପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ଜିମ୍ବାୱେ ପକ୍ଷରୁ ବୋଲିଂ କରିବାକୁ ଆସିଥିଲେ ବ୍ଲେସିଂ ମୁଜାରାବନୀ । ତାଙ୍କ ଚମତ୍କାର ବୋଲିଂ ବଳରେ ପାକିସ୍ତାନ ମାତ୍ର ଦୁଇ ରନ କରି ଦୁଇଟି ୱିକେଟ୍ ହରାଇଥିଲା। ୩ ରନର ବିଜୟ ଲକ୍ଷ୍ୟକୁ ଜିମ୍ବାୱେ ପ୍ରଥମ ତିନୋଟି ବଲରେ ହାସଲ କରିନେଇଥିଲେ। ଏହା ସହ କ୍ରିକେଟ ଇତିହାସ ଦେଖିଥିଲା ଆଉ ଏକ ରୋମାଞ୍ଚକର ମ୍ୟାଚ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’