Masthead

ଭୋଟ୍ ଦିନ


ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଥିବାବେଳେ ଏହି ଆତଙ୍କ ଭିତରେ କୋଭିଡ୍ ଗାଇଡ୍ ଲାଇନ ପାଳନ କରି ଅନୁଷ୍ଠିତ ହୋଇଛି ନିର୍ବାଚନ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତବର୍ଷର ବିହାର ରାଜ୍ୟ ବିଧାନସଭା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହିପରି ଓଡ଼ିଶାର ଦୁଇ ବିଧାନସଭା ସମେତ ବିଭିନ୍ନ ରାଜ୍ୟର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ଆଜି ଭୋଟ ଗ୍ରହଣ କରାଯାଇଛି।
ରାଜ୍ୟର ଦୁଇ ବିଧାନସଭା ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ଲୋକେ ଆଜି ମତଦାନ କରିଛନ୍ତି। ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଠାରେ ମତଦାନ ହେବାର ଥିଲା। ତେବେ ସନ୍ଧ୍ୟା ୬ଟା ପରେ ବି କେତେକ ବୁଥରେ ମତଦାନ ଜାରି ରହିଥିଲା। କୋଭିଡ୍ ଡାଇଡ୍ ଲାଇନ୍ ପାଳନ କରି ମତଦାନ ଚାଲିଥିବାରୁ ଅଧିକାଂଶ ବୁଥରେ ଭୋଟଗ୍ରହଣ ବିଳମ୍ବ ହୋଇଥିଲା। ତେଣୁ ୬ଟା ପୂର୍ବରୁ ବୁଥରେ ପହଞ୍ଚିଥିବା ମତଦାତାଙ୍କୁ ଭୋଟ ଦାନ କରିବାକୁ ସୁଯୋଗ ଦିଆଯାଇଥିଲା। ସେହିପରି କେତେକ ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ସେ ସବୁ ସ୍ଥାନରେ ଭୋଟଗ୍ରହଣ ବିଳମ୍ବ ହୋଇଥିଲା। ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱରରେ ପ୍ରାୟ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ରିପୋର୍ଟ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଉପଲବ୍ଧ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ସେପଟେ ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ମୋଟ ୨୪୩ ଆସନରୁ ଏହି ପର୍ଯ୍ୟାୟରେ ୯୪ ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଛି। ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨.୮୬ କୋଟି ମତଦାତା। ସନ୍ଧ୍ୟା ସୁଦ୍ଧା ପ୍ରାୟ ୫୩.୫୧ ଭୋଟର ମତଦାନ କରିଛନ୍ତି। ବୁଧବାର ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ମିଳିପାରିବ ବୋଲି ଭାରତୀୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ଆସନ୍ତା ୭ ତାରିଖରେ ଏଠାରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ୧୦ରେ ବିହାର ବିଧାନସଭା ସମେତ ସମସ୍ତ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ।
ସେପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି। ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଛି। ଏହି ନିର୍ବାଚନ ଉପରେ ସମଗ୍ର ବିଶ୍ୱବାସୀଙ୍କ ନଜର ରହିଛି। ଆମେରିକାବାସୀ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ବାଛୁଛନ୍ତି। ଆମେରିକାର ଓପିନିୟନ ପୋଲ ଅନୁଯାୟୀ ଜୋ ବିଡେନ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ବହୁତ ଆଗରେ ରହିଛନ୍ତି। ତେଣୁ ସେ ହିଁ ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ