Masthead

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମିଳିବ ଭଡ଼ାରେ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ମିଳିବ ଭଡ଼ାରେ । ଏନେଇ ପାକିସ୍ତାନ ସରକାର ନିଜେ ଅନୁମତି ଦେଇଛନ୍ତି। ଦେଶରେ ଆର୍ଥିକ ସଙ୍କଟର ଘୋର ଅଭାବ ରହିଥିବା ବେଳେ ରାଜସ୍ୱ ବୃଦ୍ଧି କରିବାକୁ ଯାଇ ପାକିସ୍ତାନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଆର୍ଥିକ ସମସ୍ୟା ବଡ଼ ଚ୍ୟାଲେଞ୍ଜ ରହିଛି। ଏହାର ପୁନରୁଦ୍ଧାର କରିବା ପାଇଁ ସେ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ଗତ ତିନିବର୍ଷ ମଧ୍ୟରେ ପାକିସ୍ତାନର ଅର୍ଥନୀତି ୧୯ ବିଲିୟନ ଡଲାରରେ ହ୍ରାସ ପାଇଛି।

ଏହି ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବାସଭବନକୁ ଭଡା ଦେବାକୁ ଯୋଜନା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରଥମେ ୨୦୧୯ରେ ଏହି ଘୋଷଣା କରିଥିଲେ। ସେଥିପାଇଁ ସେ ତାଙ୍କ ସରକାରୀ ବାସଭବନକୁ ଖାଲି କରି ଦେଇଥିଲେ। ଏହି ସରକାରୀ ବାସଭବନକୁ କୌଣସି ବିଶ୍ୱବିଦ୍ୟାଳୟକୁ ଭଡ଼ାରେ ଦିଆଯିବ। ହେଲେ କେହି ଭଡ଼ା ନେବାକୁ ଇଚ୍ଛା ପ୍ରକାଶ କରିନଥିବା ସୂଚନା ରହିଛି। ଏହାପରେ ପାକିସ୍ତାନ ସରକାର ଘର ଭଡ଼ା ନିୟମରେ ସଂଶୋଧନ କରିଛନ୍ତି।

ତେଣୁ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ବାହାଘର, ଭୋଜି ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିହେବ ବୋଲି ଭଡ଼ା ନିୟମରେ ଉଲ୍ଲେଖ ରହିଛି। ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ବେଳେ ଯେମିତି ଏହି ସରକାରୀ ବାସଭବନରେ କୌଣସି କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏଥିପାଇଁ ସରକାର ଦୁଇଟି କମିଟି ଗଠନ କରିଛନ୍ତି। ଯେଉଁମାନେ କି କୌଣସି ଶୃଙ୍ଖଳା ଭାଙ୍ଗିଲେ କିମ୍ଵା ବେଆଇନ କାମ ହେଲେ ଉତ୍ତରଦାୟୀ ରହିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା