Masthead

‘ଓଡ଼ିଶାରେ ଶିଳ୍ପ, କୃଷି, ଅର୍ଥନୀତିର ବିକାଶ ହୋଇନି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଧାନସଭା ଏପ୍ରିଲ ୬ ଯାଏ ଚାଲିବ । ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ସମ୍ବେଦନଶୀଳ ପ୍ରଶ୍ନ ହେଉଛି ମହାନଦୀ। ସେ ଯାଏ କୁଆଡେ ନଯାନ୍ତୁ । ସେ ନିଜେ ଉପସ୍ଥିତ ରୁହନ୍ତୁ । ଉତ୍ତର ରଖନ୍ତୁ। ସେ ତ ଦାବି କରୁଛନ୍ତି ସବୁ ପୁଞ୍ଜିପତି ଆସୁଛନ୍ତି । ପୁଞ୍ଜି ନିବେଶ କରୁଛନ୍ତି। ଓଡ଼ିଶାବାସୀଙ୍କୁ ସିନା ଦିଶୁନି । ଏଭଳି କାଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଦିଲ୍ଲୀ ଓ ଭୁବନେଶ୍ୱର ସରକାର ପ୍ରଚାର ସର୍ବସ୍ୱ। ମୁଖ୍ୟମନ୍ତ୍ରୀ କୁହନ୍ତି, କଥା କମ, କାମ ବେଶୀ । କିନ୍ତୁ ତାହା ଠିକ୍ ଓଲଟା। ଘୋଷଣା ଉପରେ ଘୋଷଣା ହୁଏ।

ଶିଳ୍ପ, କୃଷି କି ଅର୍ଥନୀତି ବିକାଶ ହୁଏନି।୨୦୦୦ ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗ ଆଲୋଚନା ହୋଇ ଚାଲିଛି। ଆଲୋଚନା ପାଇଁ ସେମାନେ ଆହ୍ବାନ ଦେଲେ, କିନ୍ତୁ ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛଘୁଂଚା ଦେଲେ। ଦେଖାଯାଉ ବାଚସ୍ପତି ରୁଲିଂ ଦେଇଛନ୍ତି। ବିଧାନସଭା ଚଳାଉଛନ୍ତି ନା ବନ୍ଦ କରୁଛନ୍ତି। ଉପାୟ ଖୋଜିଲେ ବହାରିବନି? ୨୦୧୬-୧୭ରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ କାହାର ସହଯୋଗ ନେବାକୁ ଚାହେଁନି।

ମୁଁ ଏକା ସବୁ କରିପାରିବି। ବର୍ତ୍ତମାନ କ’ଣ ବୋଲି କହିବେ? ଗୃହରେ ଦୁଇ ଦୁଇଟି ଗୃହକମିଟି ହେଲା। ଗୋଟିକରେ ଚେୟାରମ୍ୟାନ ଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟଟିରେ ଚେୟାରମ୍ୟାନ ଥିଲେ ବାଚସ୍ପତି । ଥରଟିଏ ମିଟିଂ ଡାକିଛନ୍ତି? ବିରୋଧୀ ଦଳମାନଙ୍କୁ ବିଶ୍ୱାସ ନେଉନାହାନ୍ତି। ଯେଉଁଥି ପାଇଁ ଫେଲ୍ ମାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ