Masthead

ଅଳ୍ପକେ ବର୍ତ୍ତିଲା ସଙ୍ଘମିତ୍ରା ଏକ୍ସପ୍ରେସ

ଆନ୍ଧ୍ର (ବଡ଼ ଖବର ବ୍ୟୁରୋ) : ନିକଟରେ ଓଡିଶ।।ର ବାହାନାଗା ଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ରେ ୨୯୨ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାରରୁ ଅଧିକ ଲୋକ ଆହାତ ହୋଇଥିଲେ । ଏହି ଘଟଣା ଭାରତୀୟ ଇ୍‌ତିହାସରେ ଲିପିବଦ୍ଧ ହୋଇଗଲା । ଏହି ରେଳ ଭାରତର ଟ୍ରେନ୍ ଦୁର୍ଘଟଣା ମଧ୍ୟରୁ ଏକ ବଡ ଦୁର୍ଘଟଣା । ଏବେ ମଧ୍ୟ ଏହି ଘଟଣାର ସିବିଆଇ ଯାଞ୍ଚ ପ୍ରକ୍ରୀୟା ଜାରିରହିଛି । ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆନ୍ଧ୍ରପ୍ରଦେଶରେ ପୁଣି ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ବାପାଟାଲା ଜିଲ୍ଲାର ଇପୁରୁପାଲମ ଅଞ୍ଚଳ ଦେଇ ଯାଉଥିବା ରେଳ ଟ୍ରାକ୍ ନଷ୍ଟ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ରେଳ ବିଭାଗକୁ ଜଣାଇଥିଲେ ।

ପରବର୍ତ୍ତି ସମୟରେ ତାହାକୁ ଠିକ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ପାଇଁ ଏହି ଦୁର୍ଘଟଣା ଟଳିଯିବା ସହ ସବୁକିଛି ଠିକ୍ ହୋଇଯାଇଛି । ଘଟଣାଟି ଆନ୍ଧ୍ରପ୍ରଦେଶର ବାପାଟାଲା ଜିଲ୍ଲା ସହ ଜଡିତ ଅଟେ । ଏଠାରେ ଥିବା ଇପୁରପାଲମ ଇଲାକାରେଥିବା ଟ୍ରାକ ଭାଙ୍ଗିଯାଇଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖିବା କ୍ଷଣି ସଙ୍ଗେସଙ୍ଗେ ଏହି ସୂଚନା ରେଲୱେ ଅଧିକାରୀଙ୍କ ନିକଟରେ ପହଞ୍ଚାଇଥିଲେ । ସୂଚନାନୁଯାୟୀ ୪୦ ମିନିଟ ପରେ ଏହି ଟ୍ରାକରେ ସଂଘମିତ୍ରା ଏକ୍ସପ୍ରେସ ଯିବାର ଥିଲା । ଏଥିପାଇଁ ସମୟ ଆଗରୁ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇନଥାନ୍ତା ତେବେ କୌଣସି ବି ଦୁର୍ଘଟଣା ଘଟିଯାଇଥାଆନ୍ତା । ତେବେ ଘଟଣା ସଂପର୍କରେ ଜାଣିବା ପରେ ସେହି ଟ୍ରାକ ଦେଇ ଯିବାକୁ ଥିବା ଟ୍ରେନକୁ ବାତିଲ କରିଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ