ଭାରତ ପାଇଁ ଖୁସି ଖବର ଆଣିପାରେ ସ୍ପୁଟିନିକ୍-ଭି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତିନି ତିନୋଟି ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ହାସଲ କରିଥିବା ଫାଇଜର ଟିକାକୁ ଏବେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିବ । କାରଣ ମଡର୍ଣ୍ଣା କମ୍ପାନି ଦ୍ୱାରା ବିକଶିତ ଟିକାକୁ ଖୁବ୍ ଶୀଘ୍ର ଆମେରିକାର ସ୍ୱୀକୃତି ମିଳିବାକୁ ଥିବା ବେଳେ ରୁଷୀୟ ଟିକା ସ୍ପୁଟନିକ୍-ଭି ମନୁଷ୍ୟ ଶରୀରରେ ଦୀର୍ଘ ଦୁଇ ବର୍ଷ ଯାଏ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଜଣାପଡିଛି ।

ଫାଇଜର ଓ ଅନ୍ୟାନ୍ୟ ଟିକା ମାତ୍ର ୪ରୁ ୬ ମାସ ଯାଏ ରୋଗପ୍ରତିରୋଧକତା ସୃଷ୍ଟି କରି ପାରୁଥିବା ବେଳେ ସ୍ପୁଟନିକ୍-ଭି ଦୀର୍ଘ ୨ ବର୍ଷ କାଳ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଏହାର ନିର୍ମାତା ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି । ସ୍ପୁଟିନିକ୍-ଭିର ଏହି ସଦ୍ୟ ଉପଲବଧି ଭାରତ ପାଇଁ ଖୁସି ଖବର ଆଣିବ ନିଶ୍ଚୟ । କାରଣ ଫାଇଜର ଟିକାର ଅଧିକ ଦର ଭାରତରେ ସ୍ପୁଟିନିକ୍-ଭିର ବ୍ୟବହାରକୁ ଶ୍ରେଷ୍ଠ ବିକଳ୍ପ ଭାବେ ବିଚାର କରାଯାଇପାରେ ।

ଅନ୍ୟ ଏକ ଘଟଣାକ୍ରମରେ ମଡର୍ଣ୍ଣା ଟିକାର ଫଳପ୍ରଦତା ଉପରେ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ସନ୍ତୋଷ ଜାହିର କରିଛନ୍ତି । ସୁତରାଂ ଆଗାମୀ ସପ୍ତାହ ଭିତରେ ଆମେରିକାରେ ଏହାର ବ୍ୟବହାରକୁ ସବୁଜ ସଂକେତ ମିଳିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’