Masthead

ଅଚଳାଚଳ ସମ୍ପତ୍ତି ଦେଖି ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଭଦ୍ରକ ର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ତଥା ବର୍ତ୍ତମାନ ର ସୋସିଆଲ ୱେଲ ଫେୟାର ଅଫିସର ଜୟନ୍ତୀ ବେହେରାଙ୍କ ଘରେ ଆୟ ବହିରିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱରର ୧୧ ଟି ସ୍ଥାନ ରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ, ଜୟନ୍ତୀ ଙ୍କ ସମ୍ପତି ଦେଖି ଭିଜିଲାନ୍ସ ତାଯୁବ ହୋଇ ଯାଇଥିବା ବେଳେ, ଭୁବନେଶ୍ୱରର ଗୌତମ ନଗର ଓ ଓ଼ଲ୍ଡ ଟାଉନ ଅଞ୍ଚଳରେ ଫ୍ଲାଟ, ଭଦ୍ରକ ପିରିଙ୍ଗ ପାଟଣା ରେ ତିନି ମହଲା ବିଶିଷ୍ଟ ବାସଭବନ,ବାଲେଶ୍ୱର ଶୀଧେଶ୍ୱର କଲୋନୀରେ ଦୁଇଟି ଘର ଯଥା ତିନି ମହଲା ଏବଂ ଦୁଇ ମହଲା ବିଶିଷ୍ଟ ଘର ।

ଜୟନ୍ତୀ ଙ୍କ କାର‌୍ୟାଳୟ ସମେତ ବାଲେଶ୍ୱରର ଶୂନହାଟରେ ଥିବା ସମ୍ପର୍କୀୟ ଙ୍କ ଘରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ, ଏହି ଚଢ଼ାଉ ରେ ଚାରି ଜଣ ୟଗ୍ଦକ୍ଟ୍ର ଏବଂ ଜଣେ ଅତିରିକ୍ତ ଏସପି, ଆଠ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି, ବତ୍ତର୍ମାନ ଚଢ଼ାଉ ଜାରି ରହିଥିବା ବେଳେ ସନ୍ଧ୍ୟାବେଳ ପର‌୍ୟ୍ୟନ୍ତ ଚଢ଼ାଉ ଜାରି ରହିବାର ସୂଚନା ମିଳୁଛି, ବର୍ତମାନ ସୁଦ୍ଧା ଭୁବନେଶ୍ୱର ରେ ଦୁଇଟି ଫ୍ଲାଟ ଓ ଚାରୋଟି ପ୍ଲଟ , ବାଲେଶ୍ୱର ରେ ତିନି ମହଲା ବିଶିଷ୍ଟ ତିନୋଟି କୋଠା ଠାବ ହୋଇଥିବା ବେଳେ, ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ତିନି ଲକ୍ଷ ନଗଦ ଟଙ୍କା, ପୋଷ୍ଟାଲ ଏବଂ ଇନ୍ସୁରାନ୍ସ ରେ ଏକ କୋଟି ଚାଳିଶ ଲକ୍ଷ ଜବତ ହୋଇଥିବା କଥା ସାମ୍ନା କୁ ଆସିଥିବା ବେଳେ ଦୁଇ କେଜି ରୁପା ଅଳଙ୍କାର ର ଜବତ ହୋଇଛି, ତାଙ୍କ ନାଁ ରେ ଅନେକ ଦିନ ଧରି ଭିଜିଲାନ୍ସ ରେ ଆୟ ବହିରଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆସୁଥିଲା,ବାଲେଶ୍ୱର ଭିଜିଲାନ୍ସ କୋଟଙ୍କ ସଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଜାରି ରହିଛି, ତେବେ ବର୍ତମାନ ସର୍ଚ୍ଚ ଜାରି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ ତଥ୍ୟ ମିଳିଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ