Masthead

ପଞ୍ଚାୟତ ନିର୍ବାଚନ, ୩୦ରେ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଜାରି ହେବ ସରକାରୀ ବିଜ୍ଞପ୍ତି । ଶୁକ୍ରବାର ପ୍ରକାଶ ପାଇବ ପଞ୍ଚାୟତ ଭୋଟ ପାଇଁ ଚିଠା ସଂରକ୍ଷଣ ତାଲିକା । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ସହ ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଚିଠା ସଂରକ୍ଷଣ ତାଳିକା ଜାରି ହେବ । ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମଧ୍ୟ ସଂରକ୍ଷଣ ତାଲିକାର ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତାକାଲିର ସରକାରୀ ଚିଠା ସଂରକ୍ଷଣ ବିଜ୍ଞପ୍ତି ଉପରେ ଏବେ ସମସ୍ତଙ୍କ ଆଖି । ଆସନ୍ତା ୨୦୨୨ ମାର୍ଚ୍ଚ ୫ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବ ।

ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି । ରାଜ୍ୟରେ ୬୭୯୮ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସହ ୮୫୩ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟ ହେବ । ସେହିଭଳି ୯୨ ହଜାର ୱାର୍ଡମେମ୍ବର ସହ ୩୧୪ ବ୍ଲକ ଅଧ୍ୟକ୍ଷ ଏବଂ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ୮ରେ (ଶୁକ୍ରବାର) ଚିଠା ତାଲିକା ପ୍ରକାଶ ପାଇବ । ଏ ନେଇ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ।

୨୧ ସୁଦ୍ଧା ସଂରକ୍ଷଣ ନେଇ ଅଭିଯୋଗ ଉପରେ ଶୁଣାଣି ପରେ ୨୬ରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପଦବିର ସଂରକ୍ଷଣ ଚିଠା ତାଲିକା ୮ରେ ସର୍ବସାଧାରଣଙ୍କ ଅବଗତି ପାଇଁ ଜାରି ହେବ । ଏ ତାଲିକା ଉପରେ ସାଧାରଣରୁ ୧୮ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ୨୨ ସୁଦ୍ଧା ଜିଲ୍ଲାପାଳ ଶୁଣାଣି କରି ଫଏସଲା କରିବେ । ୨୯ରେ ସରକାରୀ ଅନୁମୋଦନ ପରେ ୩୦ରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସରକାର ଦାଖଲ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର