Masthead

ସରକାରୀ କର୍ମଚାରୀଙ୍କ ଜିଆଇଏସ ସଂଶୋଧିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ (ଜିଆଇଏସ) ସଂଶୋଧିତ । କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧି । ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କୁ ଜିଆଇଏସ ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ୫୪୦୦ ଓ ତାଠାରୁ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ ଜିଆଇଏସ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ମଚାରୀ ମାନଙ୍କ ପାଇଁ ଜିଆଇଏସ ଏକ ସାମାଜିକ ସୁରକ୍ଷା ଯୋଜନା । ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା ।

ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ତେଷ୍ଟିକ୍ରୀୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜିଆଇଏସ ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!