Masthead

ଜ୍ଞାନ ଭୁଲିଗଲେ ବିଜେଡି ବିଧାୟକ, ମଞ୍ଚରେ କହିଦେଲେ ‘ସବୁ ମହିଳା ମୋ ଗାର୍ଲଫ୍ରେଣ୍ଡ’

ପାପଡାହାଣ୍ଡି(ବଡ଼ ଖବର ବ୍ୟୁରୋ): ବିଜେଡି ବିଧାୟକଙ୍କ ଲଜ୍ୟାହୀନ ମନ୍ତବ୍ୟ । ହିତାହିତ ଜ୍ଞାନ ଭୁଲିଗଲେ କି ବିଜେଡି ବିଧାୟକ? ସମସ୍ତ ମହିଳାଙ୍କୁ କହିଲେ ମୋ ଗାର୍ଲଫ୍ରେଣ୍ଡ? ବିଜେଡିକୁ ବଦନାମ କଲେ ଡାବୁଗାଁ ଏମଏଲଏ ମନୋହର ରନ୍ଧାରୀ । କ୍ଷମତା ନିଶାରେ ଚୁର କି ମନୋହର ରନ୍ଧାରୀ? ରନ୍ଧାରୀଙ୍କ ‘ଗାର୍ଲଫ୍ରେଣ୍ଡ’ ମନ୍ତବ୍ୟକୁ ନେଇ ନିନ୍ଦା । ସମସ୍ତ ମହିଳାଙ୍କୁ ରନ୍ଧାରୀ କାହିଁକି କହିଲେ ‘ଗାର୍ଲଫ୍ରେଣ୍ଡ’? ବିଜେଡି ସୁପ୍ରିମୋ ବିଧାୟକଙ୍କୁ ଏଭଳି ଶିଖାଇଛନ୍ତି କି? ନବରଙ୍ଗପୁର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡୋଇ ଚାଲିଥିବା ବେଳେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ଏଭଳି ମନ୍ତବ୍ୟକୁ କେହି ଗ୍ରହଣ କରିପାରୁନାହାନ୍ତି ।

ସମସ୍ତ ମହିଳାଙ୍କୁ ମୋ ଗାର୍ଲପ୍ରେଣ୍ଡ କହିବାର ଉଦେ୍ଦଶ୍ୟ କ’ଣ? ନାରୀ ସମାଜ ପାଇଁ ଏହା ଅସମ୍ମାନ ନୁହେଁ କି? ଭୋଟ ବେଳେ ଯାହାକୁ ସେ ମା’, ଉଭଣୀ କହୁଥିଲେ ସେମାନେ ଆଜି କେମିତି ଗାର୍ଲଫ୍ରେଣ୍ଡ ହୋଇଗଲେ? ବିଜେଡିର ଏହା କ’ଣ ମା’ଙ୍କୁ ସମ୍ମାନ କି? ମଂଚରେ ଉପରେ ଓ ମଂଚ ତଳେ ମହିଳା ଥିଲେ । ମହିଳା ବର୍ଗଙ୍କୁ ଅପମାନ କରିବା ମନୋହର ରନ୍ଧାରୀଙ୍କୁ ଆଗମୀ ଦିନରେ ମହଙ୍ଗା ପଡ଼ିପାରେ । ଜଣେ ଜନପ୍ରତିନିଧି ହୋଇ ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା କେତେ ଗ୍ରହଣଯୋଗ୍ୟ ତାହା ସଭ୍ୟ ସମାଜ ବିଚାର କରିବ । ପୂର୍ବରୁ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ନାଁରେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ନାଁରେ ପୋଲିସ ରୁଜୁ କରିଥିଲା ମାମଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ