Masthead

ଥରାଉଛି କୋହଲା ପାଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିଲା ଶୀତ । ଥରେଇଲା କୋହଲା ପାଗ । ଦୁଇ ସପ୍ତାହ ପରେ ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଦିନକରେ ୧୩ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଆସିଛି । କେନ୍ଦୁଝର ଓ ଅନୁଗୁଳରେ ରାତି ତାପମାତ୍ରା ଦିନକରେ ସର୍ବାଧିକ ୫ ଡିଗ୍ରୀ କମିଛି । ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । ମଙ୍ଗଳବାର ଝାରସୁଗୁଡ଼ାର ରାତି ତାପମାତ୍ରା ସର୍ବନିମ୍ନ ୧୦.୮ ଡିଗ୍ରୀ ରହିଥିଲା । ସୋମବାର ଏଠାରେ ରାତି ତାପମାତ୍ରା ୧୫.୨ ଡିଗ୍ରୀ ଥିଲା । କିନ୍ତୁ ୨୪ ଘଣ୍ଟାରେ ପାରଦ ପ୍ରାୟ ୪ ଡିଗ୍ରୀ ଖସିଯାଇଛି । କେନ୍ଦୁଝରରେ ରାତି ତାପମାତ୍ରା ୧୨.୪ ଡିଗ୍ରୀ ରହିଛି । ୨୪ ଘଣ୍ଟା ତଳେ ଏଠାରେ ତାପମାତ୍ରା ୧୭.୨ ଡିଗ୍ରୀ ଥିଲା । ଦିନକରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କମିଛି । କୋରାପୁଟରେ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଛି ।

ଭବାନୀପାଟଣାରେ ୧୩.୧ ଡିଗ୍ରୀ ରେକର୍ଡ ହୋଇଛି । ୨୪ ଘଣ୍ଟା ତଳେ ଏଠାରେ ରାତି ତାପମାତ୍ରା ୧୭ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୧୬ଡିଗ୍ରୀରୁ ଖସି ୧୩.୫ଡିଗ୍ରୀ ରହିଛି । ଅନୁଗୁଳରେ ଦିନକରେ ୫ ଡିଗ୍ରୀ କମିଛି । ସୁନ୍ଦରଗଡ଼ ଓ ଫୁଲବାଣୀରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ହୀରାକୁଦରେ ୧୪.୭, ତାଳଚେରରେ ୧୪.୮ ସୋନପୁରରେ ୧୫, ରାୟଗଡ଼ା ଓ ନୂଆପଡ଼ାରେ ୧୫.୪, ବୌଦ୍ଧ ଓ କଟକରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ଦିନକରେ ୩ ଡିଗ୍ରୀ କମିଥିଲେ ବି ୧୮.୨ ଡିଗ୍ରୀ ରହିଥିଲା । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା