ଝିଅର ଶବ ସହ ରହୁଥିଲା ମା’

କୋଲକାତା(ବଡ଼ ଖବର ବ୍ୟୁରୋ): ଝିଅର ଶବ ସହ ରହୁଥିଲା ମା’ । ଜାଣିପାରିନଥିଲେ ପଡୋଶୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କୋଲକାତାର ବିଜୟଗଡରୁ । ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ। ଖାଦ୍ୟ ଡେଲିଭରି କରିବାକୁ ଆସିଥିବା ଫୁଡ୍‌ ଡେଲିଭରି ବଏ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ପୋଲିସ୍‌କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ, ଡେଲିଭରି ବଏ ବିଜୟଗଡ଼ ଅଞ୍ଚଳରେ ଥିବା ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂକୁ ଫୁଡ୍‌ ଡେଲିଭରି କରିବାକୁ ଆସିଥିଲେ।

ଏହି ସମୟରେ ଫ୍ଲାଟ୍‌ର ଦ୍ୱିତୀୟ ମହଲାରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ସେ ପଡ଼ୋଶୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଥିଲେ। ମାଆ ଦୀପ୍ତି ବାସୁ ମୃତ ଝିଅ ସଞ୍ଚିତା ବାସୁଙ୍କ ଶବ ପାଖରେ ବସିଥିବା ଦେଖିବାକୁ ମିଳିଥିଲା। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍‌ ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ମା’ଙ୍କ ସହ ରହୁଥିଲେ ଓ ଉଭୟ ମାନସିକ ବିକାରଗ୍ରସ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ