Masthead

‘ଦଳ ଥାଉ, ଶତ୍ରୁ ବଂଚିରହୁ’ ନବୀନଙ୍କୁ କହିଲେ ଏମିତି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୟଙ୍କ ବାଣରେ ଘାଇଲା ବିଜେଡି । ତାସôଲ୍ୟ କରି ଦେଲେ ଚୁନୌତୀ । ଜୟଙ୍କ ବୟାନ ଲଗାଇଲା ଶଙ୍ଖ ଭବନରେ ନିଆଁ । ବିଜେପିର ବରିଷ୍ଟ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟାକୁ ନେଇ ବିଜେଡିରେ ହଲଚଲ । ବିଜେଡିରେ ରହିବେନି ଗୋଟିଏ ବି ଲୋକ । ବିଜେପିକୁ ବି ନବୀନ ପଳାଇ ଆସିବେ । ବିଜେଡିକୁ ଶୂନ କରିବା ଆମର ଲକ୍ଷ୍ୟ ନୁହେଁ । ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ । ଯଦି ଆସିବାକୁ ଚାହିଁବେ, ତେବେ ସ୍ୱାଗତ । ବିଜେପିର ଗୋଟିଏ ହୁଇସିଲରେ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଦଳ ଥାଉ, ଶତ୍ରୁ ବି ବଚିଂରୁହନ୍ତୁ, ଅପମାନିତ ହୁଅନ୍ତୁ କହିଛନ୍ତି ଫାୟାରବ୍ରାଣ୍ଡ ଲିଡର ଜୟନାରାୟଣ ମିଶ୍ର । ଆଜି ନୁହେଁ ଜୟନାରାୟଣ ଦେଇ ଆସୁଥିବା ଗୋଟେ ଗୋଟେ ଟିପଣୀ ବିଜେପିକୁ ଦେଇଛି ବଳ ।

୨୦୨୪ ନିର୍ବାଚନରେ ଯାହା ପ୍ରତିଫଳନ ହୋଇଛି । ବିରୋଧୀ ଦଳ ନେତା ଠାରୁ ଆଜି ପର୍ଯ୍ୟନ୍ତ । ସବୁବେଳେ ଜୟଙ୍କ ନିଶାନାରେ ରହିଆସିଛନ୍ତି ନବୀନ ଓ ପାଣ୍ଡିଆନ । ଏହି ଯୋଡ଼ି ରହିଲେ ବିଜେଡିରେ ଆଉ କେହି ରହିବେ ନାହିଁ କହିବା ପରେ ଶଙ୍ଖ ଶିବିରରେ ଏବେ ଟେନ୍ସନ୍ । କାହିଁକି ନାଁ ଏଠି କିଛି ବି ହୋଇପାରେ ସମ୍ଭବ । ଯେହେତୁ କିଛି ଦିନର ରାଜନୀତି ସମୀକରଣ ଜୟଙ୍କ ବୟାନ ସହ ଖାଉଛି ଖାପ । ବିଜେପି ସରକାରକୁ ଆସିଥବା ସତ୍ୱେ ପଦପଦବୀରେ ନାହାନ୍ତି ଜୟ । ହେଲେ ସବୁବେଳେ ଆଗଧାଡିରେ ରହି ଦଳ ପାଇଁ ରଖିଆସୁଥିବା ଟିକାଟିପଣୀ ବେଶ ପ୍ରଭାବଶାଳୀ ମନେହେଉଛି । ସଂଶୟରେ ବିଜେଡିର ଭାଗ୍ୟ ଭବିଷ୍ୟତ । ରହିବ ନା ଫାଟିବ ଶଙ୍ଖ । ଗୋଟେ ପରେ ଗୋଟେ ନେତା ଦଳ ତ୍ୟାଗ କରୁଛନ୍ତି । ନବୀନଙ୍କୁ ବି ଆଉ ଖାତିର ନ ରହିଲା ଭଳି ଆସିଲାଣି ଗନ୍ଧ । ଜୟଙ୍କ ଏହି ରାଜନୈତିକ ବୟାନ ଭବିଷ୍ୟତରେ ସତ୍ୟ ହେବ ନାହିଁ ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା