Masthead

ପାରାଦୀପ ବିଜେଡିରେ ବିଦ୍ରୋହର ସ୍ୱର

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ବିଜେଡିରେ ବିଦ୍ରୋହର ସ୍ୱର । ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟକୁ ନେଇ ବିରୋଧ । ବିଧାୟକ ସମ୍ବିତ ରାଉତରାୟ କିମ୍ବା ତାଙ୍କ ପରିବାରର କାହାକୁ ବି ଦଳ ଟିକେଟ ଦେଲେ, ତାଙ୍କ ବିରୋଧରେ ପ୍ରଚାର କରିବୁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ପାରାଦୀପ ବିଜେଡିର ଗୋଟିଏ ଗୋଷ୍ଠୀ। । ଧମକ ଦେଲେ ବିଜେଡିର ଆଉ ଗୋଟେ ଗୋଷ୍ଠୀ । ଆଜି ନବମ ଥର ପାଇଁ କୁଜଙ୍ଗରେ ମେଳି ବାନ୍ଧିଥିଲେ ବିଧାୟକ ବିରୋଧୀ ବିଜେଡ଼ି କର୍ମୀ।

ଏହା ପୂର୍ବରୁ ସେମାନେ ଶଙ୍ଖ ଭବନ ଯାଇ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଫେରାଦ ହୋଇଥିଲେ। ତେବେ କିଛି ସୁଫଳ ନ ମିଳିବାରୁ ଆଜି କୁଜଙ୍ଗର ଏକ ମଣ୍ଡପରେ ସମ୍ବିତ ବିରୋଧୀ ଏକାଠି ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି । ସେପଟେ ପାରାଦୀପ ପାଇଁ ଚିରଞ୍ଜିବୀ ବିଶ୍ୱାଳ ନା ସମ୍ବିତ ରାଉତରାୟଙ୍କୁ ବିଜେଡି ପ୍ରୋଜେକ୍ଟ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଝିଅ ପ୍ରୀତିନନ୍ଦା କିମ୍ବା ବୋହୂ ଗିତାଞ୍ଜଳୀଙ୍କୁ ବାଲିକୁଦା-ଏରସମା ଟିକେଟ ଦେଇ ଚିରଞ୍ଜିବୀଙ୍କୁ ପାରାଦୀପ ପଠେଇବାକୁ ଦଳ ଚିନ୍ତା କରୁଥିବା ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା